ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ ଘଟଣା : ଆଉ ଜଣେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | March 31, 2025 IST

ଭୁବନେଶ୍ବର ୩୧୩: ଲୋୟର ପିଏମଜିରେ ପୋଲିସକୁ ଆକ୍ରମଣ ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ସାଲିଆ ସାହିରୁ ଗିରଫ କଲା ପୋଲିସ । ଏହି ଘଟଣାରେ ମୋଟ୍ ୩ ଜଣଙ୍କୁ ଗିରଫ କଲାଣି ପୋଲିସ । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜୁଛି ପୋଲିସ ।

ରବିବାର ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ଚନ୍ଦନ ସାହୁ ଓରଫ ବାପି । ଚନ୍ଦନଙ୍କ ଘର ଜଟଣୀ ଥାନା ଅନ୍ତର୍ଗତ ହରିପୁର । ତଦନ୍ତ ବେଳେ ଅଭିଯୁକ୍ତ ଜଣଙ୍କ ପୋଲିସ ଉପରକୁ ପଥର ଓ ଚେୟାର ଫିଙ୍ଗିଥିବା ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନାଁରେ ମାମଲା ରହିଛି । ଶନିବାର ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । 

କଂଗ୍ରେସ ଆନ୍ଦୋଳନ ବେଳେ ପୋଲିସ ଉପରକୁ ଆକ୍ରମଣ, ପୋଲିସ ଭ୍ୟାନ ପୋଡି ଉଦ୍ୟମ ଓ ବିଧାନସଭା ଗେଟ୍ ସମ୍ମୁଖରେ ଉତ୍ତେଜନାକୁ ନେଇ ୩ଟି ମାମଲା ରୁଜୁ କରାଯାଇଛି । ଅନ୍ୟ ଯେଉଁମାନେ ମଧ୍ୟ ଏଥିରେ ସାମିଲ ଅଛନ୍ତି, ସେମାନଙ୍କୁ ଧରିବା ପାଇଁ ସ୍ପେଶାଲ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।


You Can Read:


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.