‘ଗଣତାନ୍ତ୍ରିକ ମାର୍ଗରେ ଜଣେ କଳାକାରକୁ କିପରି ହତ୍ୟା କରାଯିବ’, ବିବାଦ ଭିତରେ ସରକାରଙ୍କୁ ପୁଣି ଟାର୍ଗେଟ୍ କଲେ କୁନାଲ କାମରା

Published By : Prameya-News7 Bureau | April 01, 2025 IST

ନୂଆଦିଲ୍ଲୀ: ବିବାଦୀୟ ଷ୍ଟାଣ୍ଡଅପ୍ କମେଡିଆନ୍ କୁନାଲ କାମରା ମଙ୍ଗଳବାର ଶାସନ-ପ୍ରଶାସନକୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିରୋଧ ବ୍ୟକ୍ତ କରୁଥିବା କଳାକାରଙ୍କୁ ଚୁପ୍ କରାଇବା ପାଇଁ ବ୍ୟବସ୍ଥିତ ଅଭିଯାନ ଚଲାଯାଉଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗଦ୍ଦାର କହି ପରିହାସ କରିବା ପରଠୁ କାମରା ବିବାଦରେ ଅଛନ୍ତି । ସେ ଏକ୍ସରେ, ‘ଗଣତାନ୍ତ୍ରିକ ମାର୍ଗରେ ଜଣେ କଳାକାରକୁ କିପରି ହତ୍ୟା କରାଯିବ’ ଶୀର୍ଷକରେ ପୋଷ୍ଟ କରିଛନ୍ତି ।

କୁନାଲ କାମରା ଲେଖିଛନ୍ତି

  1. ଆକ୍ରୋଶ ଏତେ ବଢାଅ ଯେ ବ୍ରାଣ୍ଡ୍ସଗୁଡ଼ିକ କଳାକାରଙ୍କ ସହ ମିଶି କାମ କରିବାକୁ ମନା କରିବେ ।
  2. ଅଧିକ ବିବାଦ ସୃଷ୍ଟି କର ଫଳରେ ପ୍ରାଇଭେଟ୍ ଓ କର୍ପୋରେଟ୍ ଶୋ’ ରଦ୍ଦ ହୋଇଯିବ ।
  3. ଏତେ ହିଂସାତ୍ମକ ପ୍ରତିକ୍ରିୟା ଦିଅ ଯେ ବଡ଼ ଭେନ୍ୟୁ ମଧ୍ୟ ତାଙ୍କୁ ମଞ୍ଚ ପ୍ରଦାନ କରିବାରେ ଭୟ କରିବେ ।
  4. ହିଂସାତ୍ମକ ଆକ୍ରୋଶ ଦେଖାଅ, ଫଳରେ ଛୋଟ ସ୍ଥାନ ମଧ୍ୟ ଦ୍ୱାର ବନ୍ଦ କରିଦେବେ ।
  5. ସେମାନଙ୍କ ଦର୍ଶକଙ୍କୁ ପ୍ରଶ୍ନ କରିବା ପାଇଁ ସମନ ପଠାଅ, କଳାକୁ ଅପରାଧ କର ।

କୁନାଲ କାମରା କହିଛନ୍ତି ଯେ ଏହାପରେ କଳାକାରଙ୍କ ପାଖରେ କେବଳ ୨ଟି ହିଁ ବିକଳ୍ପ ରହିଛି । ନିଜ ସ୍ୱାଧୀନତାକୁ ହରାଇ ଶାସନର ସମର୍ଥନରେ ଗୁଣଗାନ । କିମ୍ୱା ଚୁପଚାପ୍ ଗାୟବ ହୋଇଯିବ । ସେ ଏହାକୁ ଏର ରାଜନୈତିକ ହତିଆର, ସ୍ୱରକୁ ଚାପିବାର ମେସିନ ରୂପେ ଅଭିହିତ କରିଛନ୍ତି । 

ଉଲ୍ଲେଖଯୋଗ୍ୟ, କାମ୍‌ରା ବ୍ୟଙ୍ଗ ଆଳରେ ସି‌ନ୍ଦେଙ୍କୁ 'ବିଶ୍ବାସଘାତକ' ଏବଂ ‘ଗଦ୍ଦାର’ କହି କହିଥିଲେ । ଲୋକପ୍ରିୟ ହିନ୍ଦୀ ଗୀତ ‘ଦିଲ୍‌ ତୋ ପାଗଲ୍‌ ହେ’କୁ ଆଧାର କରି ସି‌ନ୍ଦେଙ୍କୁ ପରିହାସ କରିଥିଲେ । ସେ କହିଥିଲେ, ‘ମେରି ନଜର ସେ ତୁମ୍‌ ଦେଖୋ ତୋ ଗଦ୍ଦାର ନଜର ୱ ଆୟେ’। କାମ୍‌ରା କହିଥିଲେ, ‘ଶିବସେନା ପ୍ରଥମେ ବିଜେପିରୁ ବାହାରି ଆସିଲା ଏବଂ ପରେ ଶିବସେନାରୁ ଶିବସେନା (ସିନ୍ଦେ ଗୋଷ୍ଠୀ) ବାହାରି ଆସିଲା । ଏନ୍‌ସିପିରୁ ବି ଏନ୍‌ସିପି ବାହାରି ଆସିଲା । ସେମାନେ ଜଣେ ଭୋଟରଙ୍କୁ ୯ଟି ବଟନ୍‌ ଦେଲେ ।‘

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.