ଭୁବନେଶ୍ବର ୩୧।୩: ଇଫତାର ପାର୍ଟିରେ ଲେଡି ଲୁଟେରା । କ୍ୟାପିଟାଲ ଥାନା ଅଧିନରେ ଚାଲିଥିଲା ଇଫତାର ପାର୍ଟି । ଇଫତାର ପାର୍ଟିରେ ଗହଳିର ସୁଯୋଗ ନେଇଥିଲେ ଦୁଇ ଲୁଟେରା । ଦୁଇ ଲୁଟେରାଙ୍କ ଟାର୍ଗେଟ୍ରେ ଥିଲା ରେଳଷ୍ଟେସନ ଓ ବସ୍ଷ୍ଟପ୍ । ନିମିସକେ ଲୁଟି ନେଉଥିଲେ ଲୋକଙ୍କ ଭ୍ୟାନିଟି ଓ ମୋବାଇଲ । କମିସନରେଟ ପୋଲିସ ହାତରେ ଧରାପଡିଛନ୍ତି ଏଭଳି ଦୁଇ ଲେଡି ଲୁଟେରା । ଏମାନଙ୍କ ନିକଟରୁ ମୋବାଇଲ, ଭ୍ୟାନିଟି ଓ ବହୁ କସମେଟିକ ସାମଗ୍ରୀ ଜବତ ହୋଇଛି । ଦୁଇ ଲୁଟାରାଙ୍କ ଘର କଲିକତାର ପୁରୁଲିଆ ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି ।
ଏହି ଦୁଇ ଲୁଟେରାଙ୍କୁ ପଚରା ଉଚରା ସମୟରେ ଏହିସବୁ ଧରାପଡିଥିବା ସାମଗ୍ରୀ ଗତକାଲି ରାଜଧାନୀରେ ଚାଲିଥିବା ଇଫତାର ପାର୍ଟିରୁ ଲୁଟ୍ କରିଥିବା ପ୍ରକାଶ କରିଛନ୍ତି । କଲିକତାରୁ ଏହି ଦୁଇ ଲୁଟେରା ପାସେଞ୍ଜର ଟ୍ରେନରେ ଜେନେରାଲ ବଗିରେ ଆସୁଥିଲେ । ଟ୍ରେନ ଓଡିଶା ପଶିବା ପରେ ଏମାନଙ୍କ ଟାର୍ଗେଟ୍ରେ ରହୁଥିଲା ଗହଳିପୂର୍ଣ୍ଣ ସ୍ଥାନ । ତେଣୁ ଏହି ଲୁଟେରା ଦଳ ରାଜଧାନୀରେ କିଛି ବଡ ହାତ ମାରିଲା ପରେ ପୁଣି କଲିକତା ଫେରି ଯାଉଥିଲେ ।
You Can Read:
ଭରତପୁର ଥାନା ଅଞ୍ଚଳରେ ପୋଲିସକୁ ଆକ୍ରମଣ ଘଟଣାରେ ୬ ଗିରଫ