ବକେୟା ଟଙ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ; ୨ ମହିଳାଙ୍କ ସମେତ ୧୨ ଆହତ

Published By : Prameya-News7 Bureau | April 01, 2025 IST

ଜଳେଶ୍ବର: ବକେୟା ଟଙ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ବାଲେଶ୍ବର ଜିଲ୍ଲା ବସ୍ତା ଥନା ବହାର୍ଦା ବସ୍ତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୧୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।  ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ସେମାନଙ୍କୁ ପ୍ରଥମେ ବସ୍ତା ଓ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତର କରାଯାଉଛି । 

ସୂଚନା ଅନୁଯାୟୀ, ବସ୍ତା ଥାନା ବାହାର୍ଦା ବସ୍ତିର ସେକ୍ ରମଜାନଙ୍କ ଠାରୁ ସେକ୍ ସୁରାଜ୍ ୮ ହଜାର ଟଙ୍କା ବାକି ପଇସା ପାଇବାରଥିଲା । ଏନେଇ ସୁରାଜଙ୍କ ପରିବାର ସେକ୍ ରମଜାନଙ୍କୁ ଟଙ୍କା ଫେରାଇବାରୁ ବାରମ୍ବାର କହୁଥିଲେ । ଏହାକୁ ନେଇ ମଙ୍ଗଳବାର ସଂଧ୍ୟାରେ ଗାନ୍ଧି ଛକ ନିକଟରେ ୨ଜଣ କଟାକଟି ହୋଇଥିଲେ । ପରେ ଉଭୟଙ୍କ ପରିବାରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୧୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି । ଏନେଇ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ଦୁଇ ପରିବାରକୁ ବୁଝାସୁଝା କରି ତଦନ୍ତ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.