ଲକ୍ଷ୍ନୌ: ନରେନ୍ଦ୍ର ମୋଦୀଙ୍କ ପରେ ବିଜେପିରୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ? ଏହାକୁ ନେଇ ଅନେକ ସମୟରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜାରି ରହିଛି। ଏମିତି ବିଷୟ ଉଠିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଯୋଗୀ ଆଦିତ୍ୟନାଥଙ୍କ ନାଁ ସ୍ଵତଃ ପ୍ରବୃତ ଭାବେ ସାମ୍ନାକୁ ଆସିଯାଏ। ଯୋଗୀ ଆଦିତ୍ୟନାଥ ମୋଦୀଙ୍କ ଉତ୍ତରାଧିକାରୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହୁଏ। ପ୍ରଧାନମନ୍ତ୍ରୀ ପଦକୁ ନେଇ ଏମିତି ଚର୍ଚ୍ଚା ମଧ୍ୟରେ ଯୋଗୀ କହିଛନ୍ତି ଯେ, ତାଙ୍କର ପ୍ରଥମ ପରିଚୟ ହେଉଛି ସେ ଜଣେ ଯୋଗୀ। ସେ ଉତ୍ତର ପ୍ରଦେଶର ଜନତାଙ୍କ ସେବା ପାଇଁ ବଚନବଦ୍ଧ।
ପିଟିଆଇ ସହ ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଯୋଗୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଲୋକେ ଆପଣଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହାନ୍ତି। ଏହା ଉତ୍ତରରେ ଯୋଗୀ କହିଛନ୍ତି, ମୁଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ। ପାର୍ଟି ମୋତେ ରାଜ୍ୟର ସେବା ପାଇଁ ଦାୟିତ୍ଵ ଦେଇଛି। ରାଜନୀତି ମୋ ପାଇଁ ଫୁଲ୍ ଟାଇମ୍ ଜବ ନୁହେଁ। ବର୍ତ୍ତମାନ ଆମେ ଏକାଠି କାମ କରୁଛୁ। କିନ୍ତୁ ବାସ୍ତବରେ ମୁଁ ଜଣେ ଯୋଗୀ। ଯେ ପର୍ଯ୍ୟନ୍ତ ମୁଁ ଏଠାରେ ଅଛି, ଆମେ କାମ କରିବୁ। ଏହାର ମଧ୍ୟ ଏକ ସମୟ ସୀମା ରହିଛି।
VIDEO | EXCLUSIVE: Here's what Uttar Pradesh CM Yogi Adityanath (@myogiadityanath) said responding to a question regarding a large section of people wanting to see him as the Prime Minister someday:
— Press Trust of India (@PTI_News) April 1, 2025
"Look, I am the Chief Minister of the state, the party has put me here for the… pic.twitter.com/kTacrrfdaI
ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ତାଙ୍କର ମତଭେଦ ଥିବା ଖବରକୁ ଖଣ୍ଡନ କରିଛନ୍ତି ଯୋଗୀ। ଆଜି ପାର୍ଟି ପାଇଁ ହିଁ ମୁଁ ଏହି ସ୍ଥାନରେ ପହଞ୍ଚିଛି। କେମିତି ମୁଁ ପାର୍ଟିଠୁ ଭିନ୍ନ ରହିବି। ପାର୍ଟି ନେତୃବୃନ୍ଦଙ୍କ ସହ ମୋର ମତଭେଦ ଥିବା ଖବର ସଂପୂର୍ଣ୍ଣ ଭିତ୍ତିହୀନ।
VIDEO | In an exclusive interview with PTI, Uttar Pradesh CM Yogi Adityanath (@myogiadityanath) responded to a question whether he has any differences with central leaders. Here's what he said:
— Press Trust of India (@PTI_News) April 1, 2025
"Where does the question of differences come from? After all, I am sitting here… pic.twitter.com/KYTi8yrBKe
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ବୁଲଡୋଜର ଆକ୍ସନ ଉପରେ ଖୋଲାଖୋଲି ନିଜର ମତ ରଖିଛନ୍ତି। ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, କଣ ଆପଣଙ୍କ ରାଜ୍ୟରେ ହେଉଥିବା ବୁଲଡୋଜର ଆକ୍ସନକୁ ଆପଣ ନିଜର ଉପଲବ୍ଧି ମାନୁଛନ୍ତି। ଏହାର ଉତ୍ତରରେ ଯୋଗୀ କହିଛନ୍ତି, ଏହା କୌଣସି ଉପଲବ୍ଧି ନୁହେଁ। ଉତ୍ତର ପ୍ରଦେଶ ପାଇଁ ଏହା ଜରୁରୀ ଥିଲା ଏବଂ ସେହି ସମ୍ବନ୍ଧରେ ଯାହା ଆବଶ୍ୟକତା ଥିଲା, ତାହା ଆମେ କରିଛୁ। ଯଦି କୌଣସିଠି ଉଚ୍ଛେଦ ହଟାଯାଏ ତେବେ ବୁଲଡୋଜର ବ୍ୟବହାର ହୋଇଥାଏ। ମୋତେ ଲାଗୁଛି ଆମେ ଲୋକଙ୍କୁ ଏହାର ସଠିକ୍ ଉପଯୋଗ କରିବା ଶିଖାଇଛୁ।
VIDEO | EXCLUSIVE: When asked whether he considers the 'bulldozer model' as one of his achievements, UP CM Yogi Adityanath (@myogiadityanath) says:
— Press Trust of India (@PTI_News) April 1, 2025
"Look, this is not an achievement, this was a need here (Uttar Pradesh) and whatever we felt was necessary regarding that need...… pic.twitter.com/8aRSz9iUyb
ରାସ୍ତା ଉପରେ ନମାଜ ପଢିବା ଉପରେ ରୋକ୍ ଲଗାଯିବା ନିଷ୍ପତ୍ତି ଉପରେ ଯୋଗୀ କହିଛନ୍ତି, ରାସ୍ତା ଗମନାଗମନ ପାଇଁ ହୋଇଥାଏ। ଯେଉଁ ଲୋକେ କହୁଛନ୍ତି ରାସ୍ତାରେ ନମାଜ ପଢାଯାଉ, ସେମାନେ ପ୍ରଥମେ ହିନ୍ଦୁଙ୍କଠୁ ଅନୁଶାସନ ଶିଖନ୍ତୁ। ପ୍ରୟାଗରାଜକୁ ୬୬ କୋଟି ଲୋକ ବୁଡ଼ ପକାଇବାକୁ ଆସିଲେ। କୌଣସିଠି ବି ଲୁଟପାଟ୍, ଦୁର୍ବ୍ୟବହାର, ଭଙ୍ଗାରୁଜା ଘଟଣା ଘଟିନାହିଁ। କୌଣସି ଅପହରଣ ମଧ୍ୟ ଘଟିନି। ଏହା ଧାର୍ମିକ ଅନୁଶାସନ। ସେମାନେ ଶ୍ରଦ୍ଧାରେ ଆସିଲେ ମହାସ୍ନାନରେ ସାମିଲ ହେଲେ ଓ ପୁଣି ନିଜର ଗନ୍ତବ୍ୟ ସ୍ଥଳ ଅଭିମୁଖେ ଆଗକୁ ବଢିଲେ। ଉତ୍ସବ କିମ୍ବା ଏମିତି କୌଣସି ଆୟୋଜନ ଅଭଦ୍ରତାର ମାଧ୍ୟମ ହେବା ଉଚିତ୍ ନୁହେଁ। ଯଦି ଆପଣଙ୍କୁ ସୁବିଧା ଦରକାର ତେବେ ପ୍ରଥମେ ଅନୁଶାସନ ପାଳନ କରିବା ମଧ୍ୟ ଶିଖନ୍ତୁ ବୋଲି ଯାେଗୀ ପିଟିଆଇ ସହ ଆଲୋଚନା ବେଳେ କହିଛନ୍ତି।