ଭୁବନେଶ୍ବର ୩୧।୩: ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଙ୍ଗରେ ବିରୋଧୀ ବିଜେଡ଼ି ଓ କଂଗ୍ରେସର ଅଭିଯୋଗ ଉପରେ କଡ଼ା ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଂଗ୍ରେସ ଓ ବିଜେଡି ଦୁଇ ଭାଇ ହୋଇଯାଇଛନ୍ତି । ତେଣୁ ଦୁଇ ଭାଇ ହୋଇଗଲା ପରେ ଯାହା ସତ୍ୟ ଅବତାରଣା କଲେ ଭଲ ହୁଅନ୍ତା । ଦୁଇ ଭାଇ ଭଳି ବିଜେଡ଼ି ଓ କଂଗ୍ରେସ କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ । ମୁଖ୍ୟମନ୍ତ୍ରୀ ଦେଇଥିବା ଶ୍ୱେତପତ୍ର କ’ଣ ଘରେ ଆଲମିରାରେ ସଜେଇବା ପାଇଁ ଦେଇଥିଲେ କି ? ରାଜ୍ୟରେ ସୁଧାର ଆସିଥିବା ଆଇନଶୃଙ୍ଖଳା ପରିସ୍ଥିତି ବିଷୟରେ ଜାଣିବା ପାଇଁ ବିଧାୟକ ମାନେ ଜାଣିବା ପାଇଁ ଶ୍ୱେତପତ୍ର ଦିଆଯାଇଥିଲା ।
ପୂର୍ବ ସରକାର ଦୀର୍ଘ ବର୍ଷ ଧରି ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ବନ୍ଦ କଲା । ଥାନା ଗୁଡ଼ିକୁ ଦୁର୍ବଳ କରି ଦେଇଥିଲେ । ପୋଲିସ ମାନଙ୍କୁ କ୍ଷେତ୍ର ପ୍ରସ୍ତୁତ କରିବା, ମିଟିଂ ବ୍ୟବସ୍ଥା କରିବା ଏବଂ ବିରୋଧୀ ଦଳ ଲୋକଙ୍କୁ ଅତ୍ୟାଚାର କରିବା ପାଇଁ ବ୍ୟବହାର କରୁଥିଲେ । କିନ୍ତୁ ଆଜି ପୋଲିସ ସେଥିରୁ ବାହାରି ନିଜ କର୍ତ୍ତବ୍ୟ କରିବା ଆରମ୍ଭ କରିଛି । ୧୬ ହାଜର ଖାଲିଥିବା ପଦବୀରୁ ଏବେ ବିଜେପି ସରକାର ୬ ହାଜର ପାଖାପାଖି ପଦବୀ ପୂରଣ କରିବା ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ପୋଲିସକୁ ସସକ୍ତ କରିବା ପାଇଁ ଗାଡ଼ି ଓ ସବୁ ପ୍ରକାର ପ୍ରକ୍ରିୟା ଚାଲିଛି । ସେ ସମୟରେ ଅପରାଧ ହାର କମିଛି । ୨୪ରୁ ୭୨ ଘଣ୍ଟା ଭିତରେ ଅପରାଧୀ ଧରା ପଡ଼ୁଛନ୍ତି । ବିଜେପି ସରକାର ଆସିବା ପରେ ୧୮ଟି କେସ୍ରେ ସଜା ଶୁଣାଇବା ପ୍ରକ୍ରିୟା କୋର୍ଟ କରିସାରିଲେଣି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡ଼ି ଓ କଂଗ୍ରେସ ମନ୍ତବ୍ୟ ଦେଉଛନ୍ତି ।
You Can Read:
ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ପୁରା ଫେଲ୍, ବିରୋଧୀଙ୍କ ଉପରେ ପୋଲିସ ନେଉଛି ଆକ୍ସନ : ରାମଚନ୍ଦ୍ର କାଡାମ୍