ଭୁବନେଶ୍ୱର ୦୧/୦୪: ଆଜି ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ପବିତ୍ର ଉତ୍କଳ ଦିବସ ଅବସରରେ ସାରା ରାଜ୍ୟରେ ଉତ୍ସବର ମାହୋଲ । ଏହି ଅବସରରେ ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ରାଜଭବନ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ରାଜ୍ୟ ସଭାପତି କହିଛନ୍ତି ଆଜି ସମସ୍ତଙ୍କ ପାଇଁ ଏକ ପ୍ରେରଣା, ଉତ୍ସାହ, ନୈତିକତା ଏବଂ ସ୍ୱାଭିମାନର ଦିନ । ଆଜିର ଦିନରେ ଉତ୍କଳ ପ୍ରଦେଶର ଗଠନ ହୋଇଥିଲା । ଆମର ସ୍ୱାଭିମାନ, ଏକାଗ୍ରତା, ପ୍ରତିବାଦ୍ଧତ ଏବଂ ଅସ୍ମିତାକୁ ଆମେ ଉଜୀବିତ କରି ରଖିଛୁ । ଓଡିଶା ପ୍ରଦେଶର ଆମଗ୍ରିକ ବିକାଶ ଆମର ଲକ୍ଷ୍ୟ । ଆମର ମହାମୁନିଶିଙ୍କ ତ୍ୟାଗରେ ଯେଉଁ ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ତାଙ୍କର ସ୍ବପ୍ନକୁ ସାକାର କରିବା, ଏ ଦିଗରେ ସଂକଳ୍ପ ନେଇ କାମ କରିବା ଉଚିତ ବୋଲି ସେ କହିଛନ୍ତି ।