ନୂଆଦିଲ୍ଲୀ ୦୧/୦୪: ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମ୍ଧାମ୍ରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।
ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରି ଉତ୍କଳ ଦିବସ ଅବସରରେ ସମସ୍ତ ଓଡିଆ ଏବଂ ଦିଲ୍ଲୀରେ ବସବାସ କରୁଥିବା ଓଡିଆ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦିଲ୍ଲୀରେ ରହୁଥିବା ଓଡିଆମାନଙ୍କର ବିକାଶ ଏବଂ ସମୃଦ୍ଧି କାମନା କରିଛନ୍ତି ରେଖା ଗୁପ୍ତା ।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ରହୁଥିବା ଓଡିଆଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରେଖା । ଜଗନ୍ନାଥ ମନ୍ଦିରରୁ ଘୋଷଣା କରି କହିଛନ୍ତି କି ଆଗାମୀ ଦିନରେ ଦିଲ୍ଲୀରେ ରେଖା ସରକାରଙ୍କ ତରଫରୁ ଓଡିଶା ପର୍ବ ଧୂମଧାମରେ ପାଳ ହେବ । ଏବଂ ଏହି ଘୋଷଣା ପରେ ସେହି ସମୟରେ ଜୟ ଜଗନ୍ନାଥ ନାରାରେ କମ୍ପିଥିଲା ପରିବେଶ । ତେବେ ଗତ କିଛି ଦିନ ତଳେ ଓଡିଶା ଆସି ପୁରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।