ଶ୍ରୀଲୀଲାଙ୍କ ପ୍ରେମରେ ଉବୁଟୁବୁ କାର୍ତ୍ତିକ ଆର୍ଯ୍ୟନ, କହିଲେ-'ତୁମେ ମୋର ଜୀବନ'

Published By : Prameya-News7 Bureau | March 30, 2025 IST

ମୁମ୍ଵାଇ ୩୦।୦୩; ବଲିଉଡ୍‌ରେ ପ୍ରେମ ଏବଂ ବିଚ୍ଛେଦର କାହାଣୀ ନୂଆ ନୁହେଁ। କେତେବେଳେ କାହାକୁ ନେଇ କାହା ନାଁ ସହିତ ଯୋଡା ହୁଏ ତାହା କହି ହେବ ନାହିଁ। ବର୍ତ୍ତମାନ ବିଟାଉନ୍‌ରେ ନୂଆ ଯୋଡିକୁ ନେଇ ଖୁବ୍ ଆଲୋଚନା ହେଉଛି । ସେ ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ ଓ ଶ୍ରୀଲୀଲା । ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଠି ଚାଲିଛି ଗସିପ୍‌ ।   

କାର୍ତ୍ତିକ ନିଜେ ତାଙ୍କର ଲାଟେଷ୍ଟ୍ ପୋଷ୍ଟ ସହିତ ଏକ ହିଣ୍ଟ ଦେଇଛନ୍ତି। କାର୍ତ୍ତିକ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ । ତାଙ୍କ ପୋଷ୍ଟ ଦ୍ୱାରା ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ନିକଟରେ ସେ ଶ୍ରୀଲୀଲାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଯାହା ପରେ ବଢିବାରେ ଲାଗିଛି କଳ୍ପନା ଜଳ୍ପନା। ଏହି ରୋମାଣ୍ଟିକ ଫଟୋରେ କାର୍ତ୍ତିକ ଏବଂ ଶ୍ରୀଲୀଲା ଏକ ଚା’ ବଗିଚାରେ ବସିଛନ୍ତି ଏବଂ କାର୍ତ୍ତିକ ଶ୍ରୀଲୀଲାଙ୍କ ଆଖିକୁ ପ୍ରେମ ଭାବନାରେ ଚାହିଁ ରହିଛନ୍ତି। ଏହି ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ କାର୍ତ୍ତିକ ଲେଖିଛନ୍ତି 'ତୁମେ ମୋର ଜୀବନ'।

ଖୁବ୍‌ ଶୀଘ୍ର ପରଦାରେ ନଜର ଆସିବେ କାର୍ତ୍ତିକ ଏବଂ ଶ୍ରୀଲୀଲା । ପ୍ରଶଂସକଙ୍କୁ ସେମାନଙ୍କ ଅନ୍‌ସ୍କ୍ରିନ ଯୋଡିକୁ ଅଧିକ ଉତ୍ସାହିତ କରିଛି। ଚଳିତ ବର୍ଷ ଦୀପାବଳୀରେ ରିଲିଜ୍ ହେବାକୁ ଥିବା ଅନୁରାଗ ବସୁଙ୍କ ଆଗାମୀ ଚଳଚ୍ଚିତ୍ରରେ ଏହି ଯୋଡି ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରର ଟାଇଟଲ୍ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.