ପାଶୱାନ ପରିବାରରେ ସମ୍ପତ୍ତି ବିବାଦ, ରାମବିଳାସଙ୍କ ପ୍ରଥମ ପତ୍ନୀ ଆଣିଲେ ସଂଗୀନ ଅଭିଯୋଗ

Published By : Prameya-News7 Bureau | April 01, 2025 IST

ୟୁପି ୦୧/୦୪: ପାଶୱାନ ପରିବାରରେ ବିବାଦ ଥମୁନି । ସାମ୍ନାକୁ ଆସୁଛି ନୂଆ ନୂଆ ଖବର । ଏଥର ରାଜନୈତିକ ଲଢ଼େଇ ବଦଳରେ ସମ୍ପତ୍ତି ବିବାଦ ପ୍ରସଙ୍ଗ ସାମ୍ନାକୁ ଆସିଛି। ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀ ତାଙ୍କ ଦିଅର ପଶୁପତି କୁମାର ପାରସ ଏବଂ ରାମଚନ୍ଦ୍ର ପାଶୱାନଙ୍କ ସ୍ତ୍ରୀ ତାଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି। ରାଜକୁମାରୀ ତାଙ୍କ ପୁଅ ଓ ଚିରାଗ ପାଶୱାନଙ୍କୁ ସମ୍ପତ୍ତି ବିବାଦ ଶୀଘ୍ର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । 

ଖଗାରିଆର ସହର ବନ୍ନି ଗାଁରେ ଥିବା ପୈତୃକ ସମ୍ପତ୍ତିକୁ ନେଇ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶୱାନ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସଙ୍କ ପରିବାର ମଧ୍ୟରେ ବିବାଦ ଆହୁରି ଘନୀଭୂତ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶସୱାନଙ୍କ ପ୍ରଥମ ପତ୍ନୀ ରାଜକୁମାରୀ ଦେବୀ ପଶୁପତି କୁମାର ପାରସଙ୍କ ଉପରେ ତାଙ୍କ ଅଂଶ ଜମିର କିଛି ଅଂଶ ନିଜ ପାଖରେ ରଖିବା ନେଇ ଅଭିଯୋଗ କରିଛନ୍ତି । ଆହୁରି ବି ଜମି ବାଣ୍ଟି ନ ଦେବାର ଅଭିଯୋଗ ଆଣିଛନ୍ତି। 

ସେହି ସମୟରେ, ପଶୁପତି କୁମାର ପାରସଙ୍କ ପତ୍ନୀଙ୍କ ବିରୋଧରେ ଖଗାରିଆର ସହରବାନି ଗାଁରେ ଥିବା ପୈତୃକ ଘରର ଫାଟକକୁ କିଛି ସମୟ ପାଇଁ ତାଲା ପକାଇ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି । ରାଜକୁମାରୀ ଦେବୀ କହିଛନ୍ତି ଯେ ତାଙ୍କ ଯା ତାଙ୍କୁ ଘରେ ବନ୍ଦୀ କରିଦେଇଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଫଳରେ ତାଙ୍କର ମାନସିକ ସ୍ଥିତି ବିଗିଡିଯାଇଥିଲା । 

ରାଜକୁମାରୀ ଦେବୀ ତାଙ୍କ ପୁଅ ଚିରାଗ ପାଶୱାନଙ୍କୁ ସମୟ ବାହାର କରି ପୈତୃକ ସମ୍ପତ୍ତି ବାଣ୍ଟିବାକୁ ପରାମର୍ଶ ଦେଇଥିଲେ । ଏତିକିବେଳେ ରାଜକୁମାରୀ ଦେବୀଙ୍କ ଅସୁସ୍ଥତା ଖବର ପାଇ ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ଭେଟିବାକୁ ଆସିଥିଲେ। ରାଜକୁମାରୀ ଦେବୀଙ୍କ ନାତି କହିଛନ୍ତି ଯେ ତାଙ୍କ ଜେଜେମାଙ୍କ ସହିତ ଯାହା ଘଟିଛି ତାହା ଠିକ୍ ନୁହେଁ, ସେ ବୃଦ୍ଧା। ତାଙ୍କ ବୟସକୁ ମଧ୍ୟ ବିଚାରକୁ ନିଆଯିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.