ଚଣ୍ଡିଖୋଲ: ପୁଣି ସାମ୍ନାକୁ ଆସିଲା ଯାତ୍ରା କଳାକାର ମାଲିକ ବିବାଦ। ଯାତ୍ରା ମାଲିକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଯାତ୍ରା କଳାକାର। ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ଆଗାମୀ ଯାତ୍ରା ଋତୁ ୨୦୨୫- ୨୬ ପାଇଁ ତୁଳସୀ ଗଣନାଟ୍ୟକୁ ଯିବା ପାଇଁ ୧୬ ଲକ୍ଷ ଟଙ୍କା ଏଗ୍ରିମେଣ୍ଟ ହୋଇଥିଲା। ସେ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ। ଆଉ ଅବଶିଷ୍ଟ ଟଙ୍କା ପାଇଁ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କୁ ଫୋନ କରିବାରୁ ସେ ଫୋନ ରେ ତାଙ୍କୁ ଆଉ ତାଙ୍କ ପତ୍ନୀ ଙ୍କୁ ଖରାପ ବ୍ୟବହାର କରିଥିବା ନରି ପଣ୍ଡା ଅଭିଯୋଗ କରିଥିଲେ।
ସେ ତୁଳସୀ ଗଣନାଟ୍ୟରେ ରହିବେ ନାହିଁ। ସେଥିପାଇଁ ସେ ନେଇଥିବା ୧୦ ଲକ୍ଷ ଟଙ୍କା ଫେରସ୍ତ କରିବା ପାଇଁ ମାଲିକଙ୍କ ପାଖକୁ ଆସିଥିବା ସମୟରେ ତାଙ୍କୁ ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ନରି ପଣ୍ଡା। ନରି ପଣ୍ଡା ଙ୍କ ଅଭିଯୋଗ ସମ୍ପୂର୍ଣ ଭିତ୍ତିହିନ ବୋଲି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି। ସେ ୧୬ ଲକ୍ଷ ଟଙ୍କା ପାଇଁ ଏଗ୍ରିମେଣ୍ଟ ହୋଇଥିଲେ।୧୦ ଲକ୍ଷ ଟଙ୍କା ନେଇଥିଲେ। ଅନ୍ୟ ଯାତ୍ରା ପାର୍ଟିରୁ ଅଧିକ ଟଙ୍କା ପାଇବା ଆଶାରେ ସେ ଏହିଭଳି ନାଟକ କରୁଛନ୍ତି। ସେ ତାଙ୍କ ପତ୍ନୀଙ୍କୁ କୌଣସି ଖରାପ ବ୍ୟବହାର କରି ନାହାନ୍ତି। ସେଦିନ ସେ ଟଙ୍କା ଫେରାଇବା ପାଇଁ ଆସିଥିବା ବେଳେ ମାଡ ମାରିଥିବା କଥାକୁ ଖଣ୍ଡନ କରିଛନ୍ତି।
ସେ ୧୦ ଲକ୍ଷ ଟଙ୍କା ଫେରାଇ ନେବା ସହ ଗସ୍ତ ଖର୍ଚ୍ଚ ପାଇଁ ୧୦୦୦ ଟଙ୍କା ଦିଆଯାଇ ଥିବା ପାର୍ଟି ମାଲିକ କହିଛନ୍ତି। ସେ ତୁଳସୀ ଗଣନାଟ୍ୟ ପାଇଁ ଆଗାମୀ ବର୍ଷରେ ରହିବା ପାଇଁ କହିଛନ୍ତି। ସେ କେଉଁ ପରିସ୍ଥିତିରେ କହିଛନ୍ତି ମୁଁ ଜାଣିନି। ଯାତ୍ରା କଳାକାର ମାନଙ୍କର ଏହା ଏକ ଅଭ୍ୟାସ ରେ ପରିଣତ ହୋଇ ଗଲାଣି। ତୁଳସୀ ଗଣନାଟ୍ୟ ଆଗାମୀ ଦିନରେ ମଧ୍ୟ ଦର୍ଶକଙ୍କୁ ସଠିକ୍ ମନୋରଞ୍ଜନ ଯୋଗାଇବା। ଯଦି ନରି ପଣ୍ଡା ଆଗାମୀ ବର୍ଷ ପାଇଁ ତୁଳସୀରେ ଯୋଗ ନ ଦିଅନ୍ତି ତେବେ ସେ ଆଇନର ଆଶ୍ରୟ ନେବେ ବୋଲି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି। ଅନ୍ୟପଟେ ଯେଉଁ କମିଟି ଆଗାମୀ ବର୍ଷ ପାଇଁ ଯାତ୍ରା ବୁକିଂ କରିଛନ୍ତି ସେମାନେ କଳାକାର ଓ ମାଲିକଙ୍କ ବିବାଦକୁ ନେଇ ଚିନ୍ତା ରେ ପଡିଛନ୍ତି।