ପୋଲିସ ପ୍ରତିଷ୍ଠା ଦିବସରେ ଡିଜିପିଙ୍କ ଅଭିଭାଷଣ, ଦିନ ବଢିବା ସହ ଦାୟିତ୍ୱ ବି ବଢିଛି

Published By : Prameya-News7 Bureau | April 01, 2025 IST

କଟକ ୦୧।୦୪ : ଉତ୍କଳ ଦିବସରେ ତଥା ୧୯୩୬ ଏପ୍ରିଲ୍‌-୧ରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ  ରାଜ୍ୟ ପୋଲିସ ବାହିନୀ ତାର ୯୦ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଛି। ପୋଲିସ୍‌ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ରାଜ୍ୟସ୍ତରୀୟ ପରେଡ୍‌ରେ ଅଭିବାଦନ ଦେଇଛନ୍ତି । ଏହି ଅବସରରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଓ ବିଭିନ୍ନ ବାଟାଲିୟନ୍‌ର ଅଧିକାରୀମାନେ ଯୋଗଦେବେ। 

ଏହି ଅବସରରେ ପୋଲିସ ଡିଜିପି ନିଜ ଅଭିଭାଷଣରେ କହିଛନ୍ତି ଯେ, ଦିନକୁ ଦିନ ଓଡ଼ିଶା ପୋଲିସର ଦାୟିତ୍ଵ ବଢିଛି।  ଆମେ ସମସ୍ତ ଚ୍ୟାଲେଞ୍ଜକୁ ମୁକାବିଲା କରିବା । ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ସଫଳତା ମିଳିଛି। ଚଳିତ ବର୍ଷ ବହୁ ମାଓବାଦୀଙ୍କୁ ନିହତ କରାଯାଇଛି। ନିଶା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପିରିକି ଗଞ୍ଜେଇ ଚାଲାଣ ରୋକିବା ଓ ନଷ୍ଟ କରିବାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହିଳା ଓ ଶିଶୁଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ବିରୋଧରେ ଓଡ଼ିଶା ପୋଲିସ ଜିରୋ ଟଲରେନ୍‌ସ୍‌ ଗ୍ରହଣ କରିଛି । ଓଡ଼ିଶା ପୋଲିସକୁ ଅଧିକ କ୍ରିୟାଶୀଳ କରିବା ରାଜ୍ୟର ବିଭିନ୍ନ ଥାନାକୁ ଅତ୍ୟାଧୁନିକ ଗାଡ଼ି ଯୋଗାଇ ଦିଆଯାଇଛି । ସାଇବର କ୍ରାଇମ୍‌ ରୋକିବା ଓ ଦୃଢତାରେ ସହ ମୁକାବିଲା ଦିଗରେ ସାଇବର ପୋଲିସର ପ୍ରାଥମିକତା । ନୂତନ ପ୍ରଚଳିତ ଆଇନ୍‌କୁ ସଠିକ୍‌ ରୂପେ କାର୍ଯ୍ୟ କରିବା ଦିଗରେ ପୋଲିସ କାର୍ଯ୍ୟ କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.