ଭୁବନେଶ୍ୱର/କଳାହାଣ୍ଡି ୩୦।୦୩ : ଆଜିଠାରୁ ଅନ୍ତ୍ୟୋଦୟ ଯୋଜନା ଶୁଭାରମ୍ଭ । ଭବାନୀପାଟଣାଠାରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସକାଳ ସାଢେ ୧୦ଟା ସମୟରେ ରିସିଗାଁ ଶ୍ରୀକୃଷ୍ଣନଗର ପଡିଆରେ ଏନେଇ କାର୍ଯ୍ୟକ୍ରମ ଆୟୋଜିତ ହେବ।
ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପ୍ରଥମ ଥର କଳାହାଣ୍ଡି ଗସ୍ତରେ ଆସୁଛନ୍ତି l ରାଜ୍ୟର ପ୍ରାୟ ୫୦ ହଜାର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି l ଏହି ଯୋଜନାରେ ଉପକୃତ ହେବେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ଏବଂ ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର । ଅନ୍ତ୍ୟୋଦୟ ଯୋଜନା ଲାଗି ୩ ବର୍ଷରେ ବିନିଯୋଗ ହେବ ୭ହଜାର ୫୫୦ କୋଟି ଟଙ୍କା। ଏଥିସହ ୬ଶହ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ l କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗଦେବେ । କାର୍ଯ୍ୟକ୍ରମରେ ୨୦ ହଜାର ଲୋକଙ୍କ ଜନ ସମାଗମ ହେବାର ବ୍ୟବସ୍ଥା କରାଯାଇଛି l ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ସହର ସମେତ ସଭା ସ୍ଥଳରେ ୧୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l