ଛତିଶଗଡ଼ରେ ବଡ଼ ଏନକାଉଣ୍ଟର; ଟଳିଲେ ୧୭ ମାଓବାଦୀ, ହାର୍ଡକୋର୍ ନକ୍ସଲ ବୁଧରା ବି ମୃତ

Published By : Prameya-News7 Bureau | March 29, 2025 IST

ରାୟପୁର: ଛତିଶଗଡ଼ ନକ୍ସଲ ବିରୋଧୀ ଏନକାଉଣ୍ଟରରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି । ମାଓବାଦୀଙ୍କ ମଧ୍ୟରେ ୧୧ଜଣ ମହିଳା ଓ ୬ଜଣ ପୁରୁଷ ଥିବା ଜଣାପଡ଼ିଛି । ୨୫ ଲକ୍ଷ ପୁରସ୍କାର ଘୋଷଣା ହୋଇଥିବା ନକ୍ସଲ ବୁଧରାର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣ ମାଓ ସମାଗ୍ରୀ ଜବତ କରିଛି ସୁରକ୍ଷାବାହିନୀ । 

ଶନିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର-ସୁକମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । କେରଲାପାଲ ଥାନା ଅନ୍ତର୍ଗତ ଜଙ୍ଗଲରେ ଆଜି ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲେ । ସକାଳ ୮ଟାରେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଥିରେ ୧୭ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ନକ୍ସଲ ସ୍ବତନ୍ତ୍ର ଜୋନାଲ କମିଟି ସଦସ୍ୟ ଏବଂ ଦରଭା ଡିଭିଜନର ସଚିବ କୁଡାମୀ ଜଗଦିଶ ଓର୍ଫ ବୁଧରା ପୋଲିସ ଗୁଳିରେ ନିହତ ହୋଇଛନ୍ତି । ଏହି ଦୁଇ ମାଓବାଦୀଙ୍କ ମୁଣ୍ଡରେ ୨୫ ଲକ୍ଷ ପୁରସ୍କାର ରାଶି ରହିଥିଲା । ହାର୍ଡକୋର ମାଓବାଦୀ ଜଗଦିଶ ୨୦୧୩ ଝିରମ ଘାଟି ହମଲା ସହିତ ଅନେକ ମାଓ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ଥିଲା । ଏହାଛଡ଼ା ସୁରକ୍ଷାବାହିନୀ ଗୁଳିରେ ଟଳିଥିବା ମାଓବାଦୀ ଚାରୋଟି ଏରିଆର ସଦସ୍ୟ ଥିଲେ ।

ଶନିବାର ଡିଆର୍‌ଜି ଓ ସିଆର୍‌ପିଏଫ୍‌ ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍‌ କରିଥିଲା । ସୁରକ୍ଷା ବାହିନୀ ଓ ମାଓବାଦୀ ଗୁଳି ବିନିମୟରେ ଡିଆରଜିର ୩ଜଣ ଗାର୍ଡ ଏବଂ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଅନ୍ୟପଟେ ସର୍ଚ୍ଚ ଅପରେସନ ବେଳେ ପୋଲିସ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ଏଥିରେ ଗୋଟିଏ ଏକ-୪୭ ରାଇଫଲ୍, ଏସଏଲଆର, ଇନସାସ୍ ରାଇଫଲ୍, 303 ରାଇଫଲ, ରକେଟ ଲଞ୍ଚର, ବ୍ୟାରେଲ ଗ୍ରେନେଡ ଲଞ୍ଚର ଏବଂ ବିସ୍ଫୋରଣ ସାମଗ୍ରୀ ରହିଛି ।...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.