ଭୁବନେଶ୍ୱର ୦୧/୦୪: ସାରା ରାଜ୍ୟରେ ପାଳନ ହୋଇଛି ଉତ୍କଳ ଦିବସ । ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରଯାଇଛି । ଓଡ଼ିଶାର ବୀରପୁତ୍ରଙ୍କ ସଂଗ୍ରାମକୁ ମନେପକାଇ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ସବୁ ଦଳର ନେତା । କଂଗ୍ରେସ ପକ୍ଷରୁ ଉତ୍କଳ ଦିବସ ବି ପାଳିତ ହୋଇଛି ।
ତେବେ ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି ମଧୂବାବୁଙ୍କ ଜନ୍ମ ସ୍ଥାନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ଅତ୍ୟନ୍ତ ଖୁସି କଥା । ମଧୁବାବୁଙ୍କୁ କେବଳ ଫୁଲମାଳ ଦେଇଦେଲେ କି ସଭାସମିତି କରିଲେ ତାଙ୍କର ଆତ୍ମା ଖୁସି ହେବନାହିଁ । ଓଡ଼ିଶାରେ ନଦୀ, ଖଣି-ଖାଦାନ, ପ୍ରାକୃତିକ ସମ୍ପଦ, ଜଙ୍ଗଲ ଆଦି ବିକ୍ରି ହୋଇଯାଇଛି । ୬୦ ହଜାର ମହିଳା ଏବଂ ଶିଶୁ ନିଖୋଜ ଅଛନ୍ତି ।
ତାଙ୍କୁ ଖୋଜିବାକୁ ସରକାର ପଦକ୍ଷପ ବି ନେଉନାହାନ୍ତି । ଓଡ଼ିଆ ଅସ୍ମିତା ନାରେ କେବଳ ପର୍ବ ପାଳନ କଲେ ହେବନାହିଁ । ଅସ୍ମିତାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଯେଉଁମାନେ ଯାହା ପାଇବାର ହକଦାର ତାଙ୍କୁ ତାହା ପ୍ରଦାନ କରିବା । କିନ୍ତୁ ସରକାର ସେଥିରେ ବିଫଳ ।