ଝାଡଖଣ୍ଡରେ ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ; ୨ ମୃତ , ୪ ଆହତ

Published By : Prameya-News7 Bureau | April 01, 2025 IST

ମୁମ୍ଵାଇ ୦୧।୦୪; ଝାଡଖଣ୍ଡର ସାହିବଗଞ୍ଜରେ ଅଘଟଣ । ଦୁଇଟି ମାଲବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାଟି ବରହେଟର ଏନଟିପିସି ଗେଟ୍ ନିକଟରେ ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଟ୍ରେନର ଇଞ୍ଜିନ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ଦୁଇ ଜଣଙ୍କ ଲୋକ ପାଇଲଟଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ସିଏସ୍‌ଏଫ ସେନା ଆହତ ହୋଇଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ସାହିବଗଞ୍ଜ ଅଗ୍ନିଶମ ବାହିନୀ ଦଳ ଦ୍ୱାରା ନିଆଁ ଲିଭାଯାଉଛି। ରେଳ ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇଞ୍ଜିନରେ ୭ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସାହିବଗଞ୍ଜର ସଦର ଡାକ୍ତରଖାନାକୁ ନିଆଯାଇଛି। 

ଦୁର୍ଘଟଣା ପରେ ଇଞ୍ଜିନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଟ୍ରାକରୁ ଅଲଗା ହୋଇ ଓଲଟି ପଡିଥିଲା। ଏହି ଦୁର୍ଘଟଣା ପରେ ସେହି ଟ୍ରାକ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଟ୍ରାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହାର ମରାମତି ପାଇଁ ଦୁଇରୁ ତିନି ଦିନ ଲାଗିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.