କନସର୍ଟରେ ଅଘଟଣ; ସୋନୁ ନିଗମ୍ ଙ୍କ ଉପରକୁ ପଥର ମାଡ଼, ସୋନୁ କହିଲେ...

Published By : Prameya-News7 Bureau | March 26, 2025 IST

ମୁମ୍ବାଇ 26/03 : ବଲିଉଡ୍ ର ଲୋକପ୍ରିୟ କଣ୍ଠଶିଳ୍ପୀ ସୋନୁ ନିଗମ । ଅନେକ ସମୟରେ ରୁହନ୍ତି  ଲାଇମ୍ ଲାଇଟରେ ।  ତାଙ୍କର କୋଟି କୋଟି ଫ୍ୟାନ୍ ଫଲୋଅର୍ସ।  ସେଥିପାଇଁ ତାଙ୍କର ଟିକେ ଝଲକ୍ ପାଇବାକୁ ଫ୍ୟାନ୍ସ ପାଗଳ। ଆଉ  ତାଙ୍କ ଲାଇଭ୍ ସନସର୍ଟର ଅଂଶ ହେବାକୁ ଫ୍ୟାନ୍ସଙ୍କ  ପ୍ରବଳ ଭିଡ଼ ଜମିଥାଏ।  ସେଥିପାଇଁ ତ ତାଙ୍କ ଗୀତ ଅପେକ୍ଷା ତାଙ୍କ କନସର୍ଟ ଅନେକ ସମୟରେ ରହିଥାଏ ଚର୍ଚ୍ଚାରେ।  ନିକଟରେ ସନୁ ନିଗମ୍  ଦିଲ୍ଲୀରେ ଏକ କନସର୍ଟ କରିଥିଲେ। ଏଥିରେ ଲୋକଙ୍କର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।  ଭିଡ଼ ଭିତରେ କିଛି ପିଲାଙ୍କ ଭିତରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ଆଉ ରାଗରେ ସେମାନେ ଷ୍ଟେଜରେ ଗୀତ ଗାଉଥିବା  ସୋନୁ ନିଗମଙ୍କ ଉପରକୁ ପଥର, ବୋତଲ ଫୋପାଡ଼ିଥିଲେ । ପରେ ସୋନୁ ଏହା ଉପରେ ରିଆକ୍ଟ କରି ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

ଏମିତି ଘଟଣା ଘଟିଛି ଦିଲ୍ଲୀର ଟେକ୍ନୋଲଜୀ ୟୁନିଭର୍ସିଟିର Engifest ରେ। ରବିବାର ଦିନ ସୋନୁ ନିଗମଙ୍କ ପରଫର୍ମାନ୍ସ ଚାଲିଥିବା ସମୟରେ ଭିଡ଼ରୁ ଲୋକେ ପଥର ଏବଂ ବୋତଲ ଫୋପାଡ଼ିଥିଲେ। ଏହାଦେଖି ସୋନୁ ପରଫର୍ମାନ୍ସକୁ ଅଧାରେ ରଖିଥିଲେ। ଆଉ ଦର୍ଶକଙ୍କୁ ଅନୁରୋଧ କରିଥିଲେ ଏଭଳି ନ କରିବାକୁ। ତାପରେ  ପୁଣି ଶୋ’ରେ କେହି ଜଣେ ହେୟାରବ୍ୟାଣ୍ଡ ଫୋପାଡ଼ିଥିଲେ । ଆଉ ସୋନୁ ତାକୁ ନିଜ ମୁଣ୍ଡରେ ପିନ୍ଧିଥିଲେ । ସୋନୁ ଲୋକଙ୍କୁ ଶାନ୍ତ କରିବାକୁ ଖୁବ୍ ଚେଷ୍ଟା କରିଥିଲେ । କିନ୍ତୁ ଯେତେବେଳେ ମାମଲା ଆହୁରି ବିଗିଡ଼ିବାକୁ ଲାଗିଲା, ସେ ଲୋକଙ୍କୁ ରିକ୍ବେଷ୍ଟ କରିଥିଲେ । ପରେ ସୋନୁ କହିଥିଲେ କି,‘ମୁଁ ଆପଣଙ୍କ ଲାଗି ଆସିଛି, ଏଠାରେ ଆମେ ବହୁତ ଭଲ ସମୟ ବିତାଇପାରିବା । ମୁଁ ଆପଣଙ୍କୁ ଉପଭୋଗ କରିବାକୁ ମନା କରୁନାହିଁ କିନ୍ତୁ ଏଭଳି କରନ୍ତୁ ନାହିଁ।  ମୋ ଟିମ୍ ମେମ୍ବରଙ୍କୁ ବି ଆଘାତ ଲାଗିଲାଣି ’।ତେବେ ଏହି ଘଟଣାକୁ ନେଇ ସୋନୁଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.