ମୁମ୍ୱାଇ ୨୯/୦୩: ଫିଲ୍ମ ‘କ୍ରିଶ୍-୪’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଅଭିନେତା ଋତ୍ୱିକ ରୋଶନ୍ । ଋତ୍ୱିକଙ୍କ ବାପା ରାକେଶ ରୋଶନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଥର ନିର୍ଦ୍ଦେଶନା ଦାୟିତ୍ୱ ସେ ପୁଅ ଋତ୍ୱିକଙ୍କୁ ଦେଇଛନ୍ତି । ରାକେଶ ରୋଶନ ଓ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ‘କ୍ରିଶ୍-୪’ ନିର୍ମାଣ ହେବ ।
ରାକେଶ ନିଜ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଋତ୍ୱିକଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ କ୍ୟାପ୍ସନ ଲେଖିଛନ୍ତି ‘୨୩ ବର୍ଷ ପୂର୍ବେ ମୁଁ ତୁମକୁ ଜଣେ ଅଭିନେତା ଭାବେ ଲଞ୍ଚ୍ କରିଥିଲି । ଆଜି ୨୫ ବର୍ଷ ପରେ ମୁଁ ତୁମକୁ ଜଣେ ନିର୍ଦ୍ଦେଶକ ଭାବେ ଲଞ୍ଚ୍ କରିବାକୁ ଯାଉଛି ।’
ସିନେ ସମୀକ୍ଷକ ତରନ ଆଦର୍ଶ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ଶେୟାର କରି ସ୍ପଷ୍ଟ କରିଛନ୍ତି ଯେ ‘କ୍ରିଶ୍-୪’ ଜରିଆରେ ଋତ୍ୱିକ ନିର୍ଦ୍ଦେଶନା କ୍ଷେତ୍ରରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ, ଫିଲ୍ମର ପଟ୍ଟକଥା ପ୍ରସ୍ତୁତି ଶେଷ ହୋଇଛି । ଏହାର ପ୍ରାକ୍- ପ୍ରଯୋଜନା କାମ ଚାଲିଛି । ଆସନ୍ତା ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ