ନୂଆଦିଲ୍ଲୀ: UPI ସେବା ଠପ୍ । ଅଚଳ ହେଲା ପେମେଣ୍ଟ ଆପ୍ଲିକେସନ । ସର୍ଭର ଡାଉନ ଯୋଗୁଁ ଅନଲାଇନ୍ ଲେଣଦେଣରେ ସମସ୍ୟା ଉପୁଜୁଛି । ବୁଧବାର ସଂଧ୍ୟାରୁ UPIରେ ଏହି ସମସ୍ୟା ଦେଖାଦେଇଛି । ଯାହା ଫଳରେ ଲୋକପ୍ରିୟ ପେମେଣ୍ଟ ଆପ୍ ଗୁଗଲ ପେ’, ଫୋନ ପେ’, ପେ-ଟିଏମ୍ ସହ ଅନ୍ୟ ଆପ୍ଲିକେସନରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।
UPI ସର୍ଭର ଡାଉନ ହେବା ଯୋଗୁ ୟୁଜର୍ସଙ୍କୁ ଲେଣଦେଣରେ ସମସ୍ୟା ସୃଷ୍ଟି ହେଉଛି । ଅନଲାଇନ ସେବାର ଡାଉନ ଟାଇମ୍କୁ ମନିଟରିଂ କରୁଥିବା ପ୍ଲାଟ୍ଫର୍ମ ଡାଉନ ଡିଟେକ୍ଟର ଅନୁଯାୟୀ, ବୁଧବାର ସଂଧ୍ୟା ୭ଟା ୫୦ ମିନିଟ ପର୍ଯ୍ୟନ୍ତ UPIକୁ ନେଇ ମୋଟ୍ ୨,୭୫୦ରୁ ଅଧିକ ଅଭିଯୋଗ ଆସିଛି । ଏଥିମଧ୍ୟରୁ ଗୁଗଲ ପେ’ ୟୁଜର୍ସଙ୍କ ୨୯୬ଟି ଅଭିଯୋଗ ରହିଛି । ଯେଉଁଥିରେ ସର୍ବାଧିକ ମାମଲା ଅନଲାଇନ ପେମେଣ୍ଟ, ଓ୍ବେବ ସାଇଟ୍ ଆକ୍ସେସ ଏବଂ ଅପ୍ଲିକେସନକୁ ନେଇ ଆସିଛି । ଟ୍ରାଞ୍ଜାକ୍ସନରେ ସମସ୍ୟା ଉପୁଜୁଛି ଥିବାରୁ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି ।