ପୁଞ୍ଚ୍ ଓ ରାଜୌରୀ ସେକ୍ଟରେ ଲୁଚି ରହିଛନ୍ତି ୩୦-୪୦ ବିଦେଶୀ ଆତଙ୍କବାଦୀ: ଗୁଇନ୍ଦା ବିଭାଗ

Published By : Prameya-News7 Bureau | June 23, 2024 IST

internet

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଜାମ୍ମୁ ସେକ୍ଟରର ପିର ପଞ୍ଜାଲ ରେଞ୍ଜର ଦକ୍ଷିଣାଞ୍ଚଳରେ ପାକ ସମର୍ଥିତ ଆତଙ୍କବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ନିକଟରେ ଏକାଧିକ ଆତଙ୍କବାଦୀ ଆକ୍ରମଣ ମଧ୍ୟ ଭିଆଇଛନ୍ତି। ଏହାରି  ଭିତରେ ଗୁଇନ୍ଦା ସୂଚନା ଆସିଛି ଯେ ୩୦-୪୦ ବିଦେଶୀ ଆତଙ୍କବାଦୀ ଜାମ୍ମୁ ସେକ୍ଟରେ ସକ୍ରିୟ ରହିଛନ୍ତି। ଏମାନେ ଛୋଟ ଛୋଟ ଟିମ୍‌ ହୋଇ ହିଂସାକାଣ୍ଡ ଘଟାଉଛନ୍ତି।  

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନୀ ସେନାର ପୂର୍ବତନ ସ୍ପେଶାଲ ସର୍ଭିସ ଗ୍ରୁପର ସଦସ୍ୟମାନେ ପ୍ରାୟ ତିନି ବର୍ଷ ହେବ ଜାମ୍ମୁ ଅଞ୍ଚଳର ରାଜୌରୀ, ପୁଞ୍ଚ ଏବଂ କାଠୁଆ ସେକ୍ଟରରେ ଆତଙ୍କବାଦକୁ ପୁଣିଥରେ ଖେଳାଇବାକୁ ଚାହୁଁଛନ୍ତି। ନିକଟରେ ରିଆସି ଏବଂ କାଠୁଆ ଜଲ୍ଲାରେ ହିନ୍ଦୁ ତୀର୍ଥଯାତ୍ରୀ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। 

କାଶ୍ମୀର ଘାଟି ପରି ଜାମ୍ମୁକୁ ଆତଙ୍କବାଦୀ  ଶୂନ୍ୟ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆତଙ୍କବାଦୀମାନଙ୍କୁ ଖୋଜି ପାଇବା ପାଇଁ ଏଆଇର ବ୍ୟବହାର କରାଯାଉଛି। ମାନବରହିତ ଗୁଇନ୍ଦା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତୀୟ ସେନା ଗତ କିଛି ମାସ ମଧ୍ୟରେ ଉକ୍ତ ଏରିଆଗୁ଼ଡ଼ିକରେ ଅତିରିକ୍ତ ସେନା ଯବାନ ମୁତୟନ କରିବା ସହିତ ବହୁ ସଂଖ୍ୟକ ଯୁଦ୍ଧାସ୍ତ୍ର ଖଚିତ ଯାନ ମୁତୟନ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.