ସେପ୍ଟେମ୍ୱର ୧୪ରେ ଭାରତ-ପାକ୍ ମହାମୁକାବିଲା, ACC ଜାରି କଲା ଏସିଆ କପ୍-୨୦୨୫ର ଖେଳ ସୂଚୀ

Published By : Prameya-News7 Bureau | August 02, 2025 IST

ନୂଆଦିଲ୍ଲୀ: ଏସିଆ କପ୍ ମୁକାବିଲା ପାଇଁ ଏସିସି ଅଧ୍ୟକ୍ଷ ମୋହସିନ ଅଧ୍ୟକ୍ଷ ଶନିବାର ଭେନ୍ୟୁ ଘୋଷଣା କରିଛନ୍ତି । ଏସିଆ କପ୍ ସେପ୍ଟେମ୍ୱର ୯ରୁ ଅଗଷ୍ଟ ୨୮ ମଧ୍ୟରେ ୟୁଏଇରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତନ ମଧ୍ୟରେ ଗ୍ରୁପ୍ ମୁକାବିଲା ସେପ୍ଟେମ୍ୱର ୧୪ରେ ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ତେଣୁ ସେପ୍ଟେମ୍ୱର ୨୧ (ରବିବାର)ରେ ସୁପର୍ ୪ ମୁକାବିଲାରେ ଦୁଇ ଦେଶ ମୁହାଁମୁହିଁ ହୋଇପାରନ୍ତି ।

ସେପ୍ଟେମ୍ୱର ୧୦ରେ ୟୁଏଇ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଭାରତର ସମସ୍ତ ମ୍ୟାଚ୍ ଦୁବାଇରେ ହେବାର ସମ୍ଭାବନା ରହିଛି । ଗ୍ରୁପ୍ ଏରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ଅଛନ୍ତି । ସେହିପରି ଗ୍ରୁପ୍ ବିରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂ ଅଛନ୍ତି । ଏସିସି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ସଦସ୍ୟ ବିଶିଷ୍ଟ ଟିମ୍ ଲାଗି ଅନୁମତି ଦେଇଛି । ମ୍ୟାଚ୍ ଦୁବାଇ ଓ ଆବୁ ଧାବିରେ ଖେଳାଯିବ ।

ଗ୍ରୁପ୍ ପର୍ଯ୍ୟାୟ

ସେପ୍ଟେମ୍ବର ୯ (ମଙ୍ଗଳବାର): ଆଫଗାନିସ୍ତାନ ବନାମ ହଂକଂ (ଆବୁଧାବି)

ସେପ୍ଟେମ୍ବର ୧୦ (ବୁଧବାର): ଭାରତ ବନାମ ୟୁଏଇ (ଦୁବାଇ)

ସେପ୍ଟେମ୍ବର ୧୧ (ଗୁରୁବାର): ବାଂଲାଦେଶ ବନାମ ହଂକଂ (ଆବୁଧାବି)

ସେପ୍ଟେମ୍ବର ୧୨ (ଶୁକ୍ରବାର): ପାକିସ୍ତାନ ବନାମ ଓମାନ (ଦୁବାଇ)

ସେପ୍ଟେମ୍ବର ୧୩ (ଶନିବାର): ବାଂଲାଦେଶ ବନାମ ଶ୍ରୀଲଙ୍କା (ଆବୁଧାବି)

ସେପ୍ଟେମ୍ବର ୧୪ (ରବିବାର): ଭାରତ ବନାମ ପାକିସ୍ତାନ (ଦୁବାଇ)

ସେପ୍ଟେମ୍ବର ୧୫ (ସୋମବାର): ୟୁଏଇ ବନାମ ଓମାନ (ଆବୁଧାବି)

ସେପ୍ଟେମ୍ବର ୧୫ (ସୋମବାର): ଶ୍ରୀଲଙ୍କା ବନାମ ହଂକଂ (ଦୁବାଇ)

ସେପ୍ଟେମ୍ବର ୧୬ (ମଙ୍ଗଳବାର): ବାଂଲାଦେଶ ବନାମ ଆଫଗାନିସ୍ତାନ (ଦୁବାଇ)

ସେପ୍ଟେମ୍ବର ୧୭ (ବୁଧବାର): ପାକିସ୍ତାନ ବନାମ ୟୁଏଇ (ଆବୁଧାବି)

ସେପ୍ଟେମ୍ବର ୧୮ (ଗୁରୁବାର): ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ (ଦୁବାଇ)

ସେପ୍ଟେମ୍ବର ୧୯ (ଶୁକ୍ରବାର): ଭାରତ ବନାମ ଓମାନ (ଆବୁଧାବି)

ସୁପର୍ ୪ ମ୍ୟାଚ୍

ସେପ୍ଟେମ୍ବର ୨୦ (ଶନିବାର): ଗ୍ରୁପ୍ ବି କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ବି କ୍ୱାଲିଫାୟର୍ ୨ (ଦୁବାଇ)

ସେପ୍ଟେମ୍ବର ୨୧ (ରବିବାର): ଗ୍ରୁପ୍ ଏ କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ଏ କ୍ୱାଲିଫାୟର୍ ୨ (ଦୁବାଇ)

ସେପ୍ଟେମ୍ବର ୨୩ (ମଙ୍ଗଳବାର): ଗ୍ରୁପ୍ ଏ କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ବି କ୍ୱାଲିଫାୟର୍ ୨ (ଆବୁଧାବି)

ସେପ୍ଟେମ୍ବର ୨୪ (ବୁଧବାର): ଗ୍ରୁପ୍ ବି କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ଏ କ୍ୱାଲିଫାୟର୍ ୨ (ଦୁବାଇ)

ସେପ୍ଟେମ୍ବର ୨୫ (ଗୁରୁବାର): ଗ୍ରୁପ୍ ଏ କ୍ୱାଲିଫାୟର୍ ୨ ବନାମ ଗ୍ରୁପ୍ ବି କ୍ୱାଲିଫାୟର୍ ୨ (ଦୁବାଇ)

ସେପ୍ଟେମ୍ବର ୨୬ (ଶୁକ୍ରବାର): ଗ୍ରୁପ୍ ଏ କ୍ୱାଲିଫାୟର୍ ୧ ବନାମ ଗ୍ରୁପ୍ ବି କ୍ୱାଲିଫାୟର୍ ୧ (ଦୁବାଇ)

ସେପ୍ଟେମ୍ବର ୨୮ (ରବିବାର): ଫାଇନାଲ୍ (ଦୁବାଇ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.