ଚତୁର୍ଥ ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତ, ରୋମାଞ୍ଚକ ଫାଇନାଲରେ ମାଲେସିଆକୁ ୪-୩ରେ ହରାଇଲା

Published By : Prameya-News7 Bureau | August 12, 2023 IST

ଚେନ୍ନାଇ: ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ ଫାଇନାଲରେ ମାଲେସିଆକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଭାରତ । ଆୟୋଜକ ଟିମ୍ ଏବଂ ମାଲେସିଆ ମଧ୍ୟରେ ଶନିବାର ଚେନ୍ନାଇର ମେୟର ରାଧାକୃଷ୍ଣନ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ମ୍ୟାଚର ୫୬ତମ ମିନିଟରେ ଆକାଶଦୀପଙ୍କ ଗୋଲ ଭାରତକୁ ୪-୩ରେ ବିଜୟୀ କରାଇଛି । ଦୁଇ ଟିମ୍ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଗୋଟିଏ ସମୟରେ ୧-୩ରେ ପଛରେ ଥିବା ଭାରତ ଶେଷରେ ୪-୩ ଗୋଲରେ ବିଜୟ ହାସଲ କରିଛି ।

{"id":830160,"sizeSlug":"large","linkDestination":"none"}

ଭାରତ ମ୍ୟାଚ୍‌ରେ ଗୋଲ ସ୍କୋରିଂରୁ ଆରମ୍ଭ କରିଥିଲା । ମ୍ୟାଚ୍‌ରେ ଅଷ୍ଟମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାକୁ ଜୁଗରାଜ ସିଂ ଡ୍ରାଗଫ୍ଲିକରେ ଗୋଲ କରି ଭାରତକୁ ୧-୦ରୁ ଆଗୁଆ କରାଇଥିଲେ । ନବମ ମିନିଟରେ ସେ ଏହି ଗୋଲ ଦେଇଥିଲେ । ଏହାପରେ ମାଲେସିଆ କମବ୍ୟାକ କରି ୧୪ତମ ମିନିଟରେ ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲା । ଏହାର କିଛି ମିନିଟ୍ ପରେ ଭାରତକୁ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଟିମ୍ ଇଣ୍ଡିଆ ଏହାକୁ ଗୋଲରେ ପରିଣତ କରିପାରି ନଥିଲା ।

ମାଲେସିଆ ଦ୍ୱିତୀୟ କ୍ୱାର୍ଟରର ୧୮ ମିନିଟରେ ନିଜର ଦ୍ୱିତୀୟ ଗୋଲ ଦେଇଥିଲା । ରହୀମ ରାଜୀ ପେନାଲ୍ଟି କର୍ଣ୍ଣରକୁ ଡ୍ରାଗଫ୍ଲିକରେ ଗୋଲ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଟିମ ୨-୧ରେ ଆଗୁଆ ରହିଥିଲା । ଟିମ୍ ଇଣ୍ଡିଆର ନିରାଶ ଜନକ ଡିଫେନ୍ସ ପାଇଁ ମାଲେସିଆ ଟିମ୍ ଲଗାତାର କାଉଣ୍ଟର ଆଟାକ କରିଥିଲା । ଏହିପରି ମ୍ୟାଚର ପ୍ରଥମାର୍ଦ୍ଧରେ ମାଲେସିଆ ୩-୧ରେ ମ୍ୟାଚ୍‌ରେ ଆଗୁଆ ରହିଥିଲା ।

{"id":830161,"sizeSlug":"large","linkDestination":"none"}

ତେବେ ମ୍ୟାଚ୍‌ରେ ତୃତୀୟ କ୍ୱାର୍ଟରରେ ଭାରତ ଜୋରଦାର କମବ୍ୟାକ୍ କରିଥିଲା । ଗୋଟିଏ ମିନିଟ୍‌ରେ ଭାରତ ଦୁଇଟି ଗୋଲ କରିବାରେ ସଫଳ ହୋଇଥିଲା । ମ୍ୟାଚ୍‌ର ୪୫ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇ ମ୍ୟାଚ୍‌କୁ ୩-୨କୁ ଆଣିଥିଲେ । ଏହି ମିନିଟ୍‌ରେ ହିଁ ଗୁରଞ୍ଜତ ସିଂ କାଉଣ୍ଟର ଆଟାକ୍ ଉପରେ ଫିଲ୍ଡ ଗୋଲ କରି ମ୍ୟାଚ୍‌କୁ ୩-୩ରେ ବରାବର କରିଥିଲେ । ଭାରତୀୟ ଟିମ୍ ଚତୁର୍ଥ କ୍ୱାର୍ଟର ୫୬ତମ ମିନିଟରେ ଚତୁର୍ଥ ଗୋଲ କରିଥିଲା । ଆକାଶଦୀପ ସିଂ କାଉଣ୍ଟର ଆଟାକରେ ଚମତ୍କାର ଫିଲ୍ଡ ଗୋଲ କରିଥିଲେ । ଏହାସହ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି ।

{"id":830162,"sizeSlug":"full","linkDestination":"none"}

ଏହି ବିଜୟ ସହ ସବୁଠୁ ଅଧିକ ଚାରି ଥର ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜେତା ହୋଇଛି ଭାରତ । ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬ ଏବଂ ୨୦୧୮ରେ ଭାରତ ଏହି ଟ୍ରଫି ଜିତିଥିଲା । ୨୦୧୮ରେ ଫାଇନାଲ ରଦ୍ଦ ହେବା ପରେ ଭାରତ ଏବଂ ପାକିସ୍ତାନ ମିଳିତ ରୂପେ ବିଜେତା ରହିଥିଲେ ।

Also read: କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.