ଐତିହାସିକ ହେବ ଟକ୍କର; ବିରାଟ ଓ ରୋହିତଙ୍କ ବିନା, ଇଂଲଣ୍ଡକୁ ସାମ୍ନା କରିବ ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | January 14, 2025 IST

ନୂଆଦିଲ୍ଲୀ ୧୪।୦୧: ପରାଜୟ ପରେ କମ୍‌ବ୍ୟାକ୍‌ ପାଇଁ ପ୍ରସ୍ତୁତ ଟିମ୍‌ ଇଣ୍ଡିଆ । ରୋ-କୋଙ୍କ ବିନା ପଡିଆକୁ ଓହ୍ଲାଇବ ବ୍ଲୁ ଜର୍ସି । ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ଘରୋଇ ପିଚ୍‌ରେ ଇଂଲଣ୍ଡ ବପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ଉଭୟ ଟିମ୍‌ ୫ଟି ଟି-୨୦ ଏବଂ ୫ଟି ଓ୍ବାନଡେ ସିରିଜ୍‌ ଖେଳିବେ । କିନ୍ତୁ ଏହି ସିରିଜ୍‌ ହେବ ଐତିହାସିକ ।  ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମେ ଖେଳାଯିବ ଟି-୨୦ ସିରିଜ୍‌ । ଏହାର ପ୍ରଥମ ମୁକାବିଲା ୨୨ ଜାନୁଆରୀରେ କୋଲକତାର ଇଡେନ ଗାର୍ଡେନରେ ଖେଳାଯିବ । ଏହା ଏକ ଐତିହାସିକ ମୁକାବିକା ହେବ । 

ବାସ୍ତବରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କ୍ରିକେଟ ଇତିହାସରେ ଏହା ଏପରି ଟି-୨୦ ମ୍ୟାଚ୍‌ ହେବ, ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ହିଁ ନଥିବେ । ଟି-୨୦ ଓ୍ବାର୍ଲ୍ଡକପ୍‌ ୨୦୨୪ ପରେ ଉଭୟ ଟି-୨୦ରୁ ସନ୍ୟାସ ନେଇଛନ୍ତି । ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମଥର ଟି-୨୦ ମ୍ୟାଚ୍‌ ୨୦୦୭ରେ ଖେଳାଯାଇଥିଲା ।  

ଏହି ମ୍ୟାଚ୍ ଭାରତୀୟ ଦଳ ୧୮ ରନରେ ଜିତିଥିଲା, ଯେଉଁଥିରେ ରୋହିତ ଶର୍ମା ଖେଳିଥିଲେ। ତେବେ ବିରାଟ କୋହଲି ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏପର୍ଯ୍ୟନ୍ତ ରୋହିତ ପ୍ରତ୍ୟେକ ମ୍ୟାଚ୍‌ରେ ଖେଳୁଥିଲେ । ତେବେ ଏହାର ଅର୍ଥ ହେଉଛି ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷରେ ଏପରି କୌଣସି ଟି-୨୦ ମ୍ୟାଚ୍ ହୋଇନି ଯେଉଁଥିରେ କୋହଲି କିମ୍ବା ରୋହିତ ସାମିଲ ନଥିଲେ । ଏହା ପ୍ରଥମ ଲଢେଇ ହେବ ଯେଉଁଥିରେ ଉଭୟ ତାରକା ସେଠାରେ ନାହାଁନ୍ତି ।

ଟି-୨୦ ଆନ୍ତର୍ଜାତୀୟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସବୁବେଳେ କଡା ଟକ୍କର ଦେଖିବାକୁ ମିଳିଛି ।  ଉଭୟ ଟିମ୍‌ ଏପର୍ଯ୍ୟନ୍ତ ମୋଟ ୨୪ଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରୁ ଟିମ୍‌ ଇଣ୍ଡିଆ ୧୩ଟି ମ୍ୟାଚ୍‌ ଜିତିଥିବା ବେଳେ ଇଂଲଣ୍ଡ ୧୧ଟି ମ୍ୟାଚ୍‌ରେ ବିଜୟ ହାସଲ କରିଛି ।  

ଅନ୍ୟପଟେ କୋହଲି ଏବଂ ରୋହିତଙ୍କ ଟି-୨୦ରୁ ଅବସର ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ କୌଣସି ଫର୍ମାଟରେ ହେବାକୁ ଯାଉଥିବା ଏହା   ପ୍ରଥମ ମ୍ୟାଚ୍ । ଏହି ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଟିମ୍‌ର ନେତୃତ୍ୱ ନେବେ । ରୋହିତ ଏବଂ କୋହଲିଙ୍କ ଅନୁପସ୍ଥିତିରେ ଇଂଲଣ୍ଡକୁ ପରାସ୍ତ କରିବାର ବଡ଼ ଚ୍ୟାଲେଞ୍ଜ ମିଷ୍ଟର ୩୬୦ଙ୍କ କାନ୍ଧରେ ରହିବ । ଯଦିଓ କୋହଲି ଏବଂ ରୋହିତଙ୍କ ଅବସର ପରେ ଟିମ୍‌ ଇଣ୍ଡିଆ ଅନେକ ମ୍ୟାଚ୍ ଖେଳିଛି, କିନ୍ତୁ ଏହା ଇଂଲଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ । 

ଶେଷ ଥର ପାଇଁ ଭାରତ-ଇଂଲଣ୍ଡ ମଧ୍ୟରେ ୨୦୨୪ ଟି-୨୦ ବିଶ୍ୱକପରେ ଖେଳା ଯାଇଥିଲା। ଉଭୟ ଦଳ ସେମି ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଧିନାୟକ ପଦ ହିଟ୍‌ମ୍ୟାନଙ୍କ ହାତରେ ରହିଥିଲା।  ବିଶ୍ୱକପ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ହାତେଇଥିଲା । ଏହାର ଠିକ୍ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-୨୦ ଆନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.