ଚୋରି କରିବାକୁ ପଶିଥିଲେ, ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | February 16, 2025 IST

ସୋର ୧୬।୦୨ : ଘରେ ପଶି ଆକ୍ରମଣ । ଅଙ୍ଗନବାଡି ଦିଦିଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ ବେଳେ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ କଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଲେଶ୍ଵର ଜିଲ୍ଲାବରି ଗାଁର  ଘଟିଛି ଏହି ଘଟଣା । 

ଖବର ଅନୁଯାୟୀ, ଜିଲ୍ଲାବରି ଗାଁର ଅଙ୍ଗନବାଡ଼ି ଦିଦି ସୁକାନ୍ତି ସାହୁ ବରି ମାର୍କୋଣା ରାସ୍ତା ପାଖରେ ଘର କରି ଦୀର୍ଘ ଦିନ ହେଲା ରହି ଆସୁଥିଲେ । ଘର ସାମ୍ନାରେ ତାଙ୍କ ସ୍ୱାମୀ କୈଳାସ ସାହୁ ଦୋକାନ ଦେଇଛନ୍ତି l ଶନିବାର ବିଳମ୍ବିତ ରାତିରେ ସୁକାନ୍ତିଙ୍କ ସ୍ୱାମୀ କୈଳାଶ ଘରେ ନଥିବା ସୁଯୋଗ ନେଇ ଦୁର୍ବୁତ୍ତ ମାନେ ତାଙ୍କ ଘରେ ପଶିଥିଲେ । ସୁକାନ୍ତି ବିରୋଧ କରିବାରୁ ତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସୁକାନ୍ତି ସାହୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତା ଶୂନ୍ୟ ହୋଇ ଘର ଭିତରେ ପଡ଼ିରହିଥିବା ବେଳେ ତାଙ୍କ ସ୍ୱାମୀ ଖବର ପାଇ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.