ନୂଆଦିଲ୍ଲୀ ୨୩।୦୪: ଡରାଉଛି ଭବିଷ୍ୟବାଣୀ । ଗୋଟିଏ ପରେ ଗୋଟିଏ ହେଉଛି ସତ ପ୍ରମାଣିତ । ଆଗକୁ ବିଶ୍ବକୁ ମାଡି ଆସୁଛି ବିପଦ । ଆଉ ମାତ୍ର ୧୪୫ ବର୍ଷ ବାକି ଅଛି । ୨୧୭୦ ମସିହାରେ ସବୁଜ ଭୂମି ପାଲଟିବ ମରୁଭୂମି । ଆଉ ମିଳିବନି ପାଣି । ପୁରା ଶୁଖିଯିବ ପୃଥିବୀ । ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆର ଦୃଷ୍ଟିହୀନ ବାବା ଭେଙ୍ଗା । ତାଙ୍କର ପୂର୍ବରୁ ଅନେକ ଭବିଷ୍ୟବାଣୀ ହୋଇଛି ସତ ପ୍ରମାଣିତ । ସେ ପୂର୍ବରୁ ଅନେକ ଭବିଷ୍ୟବାଣୀ କରିଛନ୍ତି । ଯାହା ସମୟ ସହିତ ସତ ହେଉଛି । ଯେପରି କରୋନା ମହାମାରୀ ଏବଂ ୯/୧୧ ଆକ୍ରମଣ । ଯେଉଁଥିପାଇଁ ଆଗାମୀ ବର୍ଷର ଭବିଷ୍ୟବାଣୀ ସତ ହେବା ନେଇ ଆସୁଛି ବିଶ୍ବାସ ।
ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀର କୌଣସି ବୈଜ୍ଞାନିକ ତଥ୍ୟ ନଥାଏ । କିନ୍ତୁ ଏହାପରେ ମଧ୍ୟ ସେ କରିଥିବା ଭବିଷ୍ୟବାଣୀକୁ ମଧ୍ୟ ଅସ୍ୱୀକାର କରାଯାଇପାରିବନି । WWFର ରିପୋର୍ଟ ଅନୁଯାୟୀ ପୃଥିବୀକୁ ଘେରି ରହିଛି ୭୦ ପ୍ରତିଶତ ଭାଗ ପାଣି । କିନ୍ତୁ ଏଥିରୁ ପିଇବା ପାଣି କେବଳ ୩ ପ୍ରତିଶତ ରହିଛି । ଏଥିରୁ ଦୁଇତୃତୀୟାଂଶ ଅଂଶ ଗ୍ଲାସିୟର୍ ରୂପରେ ଜମି ରହିଛି ।
ଏପରି ଭାବେ ବାକି ୬୭ ପ୍ରତିଶତ ପାଣି ସମୁଦ୍ରରେ ରହିଛି । ଯାହା ଲୁଣିଆ ପାଣି । ଦୁନିଆରେ ପାଖାପାଖି ୧୧୦ କୋଟି ଲୋକ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି । ବର୍ଷକୁ ଅତି କମରେ ଗୋଟିଏ ମାସ ପାଇଁ ମୋଟ ୨୭ କୋଟି ଲୋକ ଜଳ ଅଭାବର ସମ୍ମୁଖୀନ ହୁଅନ୍ତି । ସ୍ୱଚ୍ଛ ପାଣି ଅଭାବରୁ ୨୪ କୋଟି ଲୋକ କଲେରା ଏବଂ ଟାଇଫଏଡ୍ ଭଳି ରୋଗରେ ପୀଡିତ।
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀରେ ଦେଖାଦେଇଛି ଜଳର ଅଭାବ । ଏହି କାରଣରୁ ଭବିଷ୍ୟତରେ ସତ ହୋଇପାରେ ବାବା ଭାଙ୍ଗଙ୍କ ଭବିଷ୍ୟବାଣୀ । ବାବା ଭେଙ୍ଗା ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ବହୁତ କମ୍ ବୟସରେ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କର ଦୁଇଟି ଆଖି ହରାଇଥିଲେ ।
ଏହା ପରେ ସେ ଭବିଷ୍ୟବାଣୀ ଦେଖିବାର ଶକ୍ତି ପାଇଥିଲେ। ଆଉ କରିଥିଲେ ଅନେକ ଭବିଷ୍ୟବାଣୀ । ଯାହା ସତ ପ୍ରମାଣିତ ହେଉଛି । ବାବା ଭେଙ୍ଗାଙ୍କ ମୃତ୍ୟୁ ହୋଇସାରିଛି । ସେ ୧୯୯୬ ମସିହାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପରେ ମଧ୍ୟ ଏବେ ବି ଲୋକମାନେ ତାଙ୍କ ଭବିଷ୍ୟବାଣୀରେ ଆଗ୍ରହୀ।