ଭୁବନେଶ୍ବର ୪।୮: ପୈତୃକ ଗାଁ ବାୟାବରରେ ବଳଙ୍ଗା ପୀଡ଼ିତାଙ୍କର ମୁସଲିମ୍ ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଇଛି । ବଳଙ୍ଗା ପୀଡ଼ିତାଙ୍କ ଅକାଳ ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ପରିବାର ସ୍ୱଜନ ଓ ଗ୍ରାମବାସୀ । ଜମାଯା ନମାଜ ସମୟର ଦୃଶ୍ୟ ସ୍ତମ୍ଭିଭୂତ କରି ଦେଇଥିଲା ପୁରା ପରିବେଶ । ତାବୁଦ ଭିତରେ ସୁରକ୍ଷିତ ଭାବେ ରହିଥିବା ପାର୍ଥିବ ଶରୀର ସମ୍ମୁଖରେ ସମୂହ ପ୍ରାର୍ଥନା କରିଥିଲେ ଗ୍ରାମବାସୀ । ଅମର ଆତ୍ମାର ସଦଗତି କାମନା କରିବା ପରେ ତବୁଦକୁ କାନ୍ଧରେ ନେଇ କଲମା ବୋଲି ବୋଲି କବରସ୍ଥାନକୁ ଯାଇଥିଲେ । ସେଠାରେ ମାଟି ପ୍ରଦାନ କରିଥିଲେ ପରିବାର ସଦସ୍ୟ । ଆଉ ସେ ସମୟରେ ଉପସ୍ଥିତ ଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ । ରାଜ୍ୟର ସରକାର ପରିବାର ସହ ପ୍ରଥମ ଦିନରୁ ଅଛନ୍ତି । ସମସ୍ତ ପ୍ରକାର ଚିକିତ୍ସା କରାଯାଇଥିଲା କିନ୍ତୁ ବ୍ୟର୍ଥ ଗଲା ସବୁ ପ୍ରୟାସ । ଆଖି ବୁଜିଦେଲେ ପୀଡ଼ିତା । ପରିବାର ସହିତ ସବୁଦିନ ପାଇଁ ରାଜ୍ୟ ସରକାର ରହିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ସେପଟେ ଅନ୍ତିମ ସଂସ୍କାରରେ ଯୋଗଦାନ କରିଥିବା ପରିବାର ସ୍ୱଜନ, ଆତ୍ମୀୟ ସ୍ୱଜନ ଅକାଳ ବିୟୋଗକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିଲା ନାହିଁ ଯାହାକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ଉପରେ ବିଶ୍ୱାସ ଓ ଭରସା ରଖିଛନ୍ତି ପୀଡ଼ିତା କାହିଁକି ମୃତ୍ୟୁ ହେଲା ତା ଉପରୁ ପରଦା ଉଠିବ ।
ରବିବାର ବିମାନ ବନ୍ଦରରେ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମରଶରୀରକୁ ଘର ଭିତରକୁ ନିଆ ଯାଇଥିଲା । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ପରିବେଶ । ତାପରେ ଇସଲାମ ଧର୍ମ ଅନୁଯାୟୀ ମହିଳା ମାନେ ସମୂର୍ଣ୍ଣ ମରଶରୀରକୁ ବିଧି ମୁତାବକ ସ୍ନାନ କରାଇଥିଲେ । ମର ଶରୀରକୁ ତାବୁଦ ଭିତରେ ରଖି କୋରାନ ପାଠ କରିଥିଲେ । କିନ୍ତୁ ଆଜି ପରିବାର, ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ ପରେ କବର ଦିଆ ଯାଇଥିଲା । କବର ଦେବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ଏସ୍ପି ଉପସ୍ଥିତ ଥିଲେ ।
You Can Read: