ଭୁବନେଶ୍ବର ୪।୮: ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରିଥିଲେ, କିନ୍ତୁ ବଞ୍ଚାଇ ହେଲାନି । ଆମେ ସମସ୍ତେ ଦୁଃଖ ପ୍ରକାଶ କରିସାରିଛୁ । ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଅଛନ୍ତି, ସବୁ କରିବାକୁ ପ୍ରସ୍ତୁତ । ଝିଅ ପରିବାର ବହୁତ ଗରିବ, ସେମାନଙ୍କୁ ସରକାର ସବୁ ସୁବିଧା ଯୋଗାଇଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ପରିବାର ପାଇଁ ଯାହା କରିବାର ଅଛି କରିବୁ । ଶେଷ ଯାଏଁ ପୋଲିସ ଉପରେ ଭରସା ରଖନ୍ତୁ, ଯାହା ସତ୍ୟ ପଦାକୁ ଆସିବ ।
ବାଲେଶ୍ବର ଏଫ୍ଏମ୍ କଲେଜ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଳମ୍ବରେ ହେଲେ ବି ଆମ ସରକାର ନ୍ୟାୟ ଦେବେ । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଆଇନର ଉର୍ଦ୍ଧ୍ବରୁ କେହି ନୁହନ୍ତି । ବିଳମ୍ବରେ ହେଲେ ବି ନ୍ୟାୟ ମିଳିବ । ତଦନ୍ତ ବନ୍ଦ ହୋଇନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read: