ନୂଆଦିଲ୍ଲୀ ୨୪/୦୧: ଅଲଗେ ହେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ମିଶେଲ ଓବାମା । ଦୀର୍ଘ ଦିନର ସମ୍ପର୍କରେ ପଡିଛି ଭଟ୍ଟା । କୁହଯାଉଛି କି, ଉଭୟ ଏବେ ଅଲଗା ହେବାକୁ ଯାଉଛନ୍ତି । ପ୍ରକୃତରେ, ବାରାକ ଓ ଜେନିଫରଙ୍କ ବିଷୟରେ ଚାଲିଥିବା ଗୁଜବ ଯୋଗୁଁ ପରସ୍ପର ମଧ୍ୟରେ ବଢିଛି ଦୂରତା ।
ସୋସିଆଲ ମିଡିଆରେ ଗୁଜବ ପରେ, ମିଶେଲ ଓବାମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିଦେଇଥିଲେ । 'ଇନଟଚ୍ ମାଗାଜିନ୍' ବାରାକ ଏବଂ ଜେନିଫରଙ୍କ ରସାୟନ ଉପରେ ଏକ କଭର ଷ୍ଟୋରି ପ୍ରକାଶ କରିଥିଲା । ରାଡାର ଅନଲାଇନ୍ ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଓବାମା ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଦୂରତା ବଢିଯାଇଛି ।
ଏହି ଗୁଜବ ପରେ, ମିଶେଲ୍ ଓବାମା ମଧ୍ୟ ଜାନୁଆରୀ ୨୦, ୨୦୨୫ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇନଥିଲେ । ତଥାପି, ଇଣ୍ଟରନେଟରେ ଏହା ମଧ୍ୟ କୁହାଯାଉଥିଲା ଯେ ମିଶେଲ ଟ୍ରମ୍ପଙ୍କ ବିଜୟକୁ ପସନ୍ଦ କରି ନଥିଲେ। ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ପରିବାର ଏବେ 'କଠିନ ସମୟ' ଦେଇ ଗତି କରୁଛି । ସେମାନଙ୍କ ସମ୍ପର୍କରେ ଥିବା ଚମକ ଉଭାନ ହୋଇଗଲାଣି।
ଗତ କିଛି ବର୍ଷ ମଧ୍ୟରେ ଦୁହିଁଙ୍କର ସାର୍ବଜନୀନ ଦେଖାଯିବା ମଧ୍ୟ କମ୍ ରହିଛି ।
ଯାହା ଦର୍ଶାଉଛି ଯେ ସେମାନଙ୍କ ସମ୍ପର୍କ ତିକ୍ତତା ବଢିଛି । ଅନେକ ରିପୋର୍ଟ ଏହା ନିଶ୍ଚିତ କରେ ଯେ ବାରାକ ଏବଂ ଜେନିଫରଙ୍କ ମଧ୍ୟରେ କିଛି କେମେଷ୍ଟ୍ରି ଅଛି । ତଥାପି, ଜେନିଫର ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରିଥିଲେ । ଗତ ବର୍ଷ ଅକ୍ଟୋବରରେ ଜିମି କିମେଲ୍ ଶୋ’ରେ ତାଙ୍କୁ ଏହି ଗୁଜବ ସଂପର୍କରେରେ ପଚରାଯାଇଥିଲା । ସେ ଉତ୍ତର ଦେଇଥିଲେ, "ମୁଁ ତାଙ୍କୁ (ଓବାମାଙ୍କୁ) ଥରେ ଭେଟିଛି। ମୁଁ ମିଶେଲଙ୍କୁ ତାଙ୍କ ଅପେକ୍ଷା ଅଧିକ ଜାଣେ।" ରିପୋର୍ଟ ଅନୁସାରେ, ଜେନିଫର ଏବଂ ବାରାକ ୨୦୦୭ ମସିହାରେ ଏକ ହଲିଉଡ ଗାଲାରେ ଥରେ ସାକ୍ଷାତ କରିଥିଲେ।
ତଥାପି, ଓବାମା ପରିବାର କଷ୍ଟକର ସମୟ ଦେଇ ଗତି କରୁଛି । ଓବାମା ମିଶେଲଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇ ଏବଂ 'ତାଙ୍କ ଜୀବନର ପ୍ରେମ' ବୋଲି କହି ଏହି ସମସ୍ତ ଗୁଜବକୁ ଖାରଜ କରି ଦେଇଥିଲେ । ଜାନୁଆରୀ ୧୭ ତାରିଖରେ ଓବାମା ମିଶେଲଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ, "ମୋ ଜୀବନର ପ୍ରେମ ମିଶେଲ ଓବାମାଙ୍କୁ ଜନ୍ମଦିନର ଶୁଭେଚ୍ଛା।