କମିଲା ଟିଆର୍‌ପି, ଟିଭିରୁ ୨୦୦ କର୍ମଚାରୀ ଛଟେଇ କରିବ ସିଏନଏନ, ଡିଜିଟାଲରେ ଦେବ ନିଯୁକ୍ତି

Published By : Prameya-News7 Bureau | January 24, 2025 IST

indiatoday

ନୂଆଦିଲ୍ଲୀ: ଆମେରିକାର ପ୍ରତିଷ୍ଠିତ ଟିଭି ଗଣମାଧ୍ୟମ ସିଏନଏନ ଏବେ ଡିଜିଟାଲ୍‌ରେ କ୍ଷେତ୍ରରେ ବଡ଼ ଆକାରରେ ପରିବର୍ତ୍ତନ କରିବାକୁ ଯାଉଛି। ସଂସ୍ଥାର ବଡ଼ ବଡ଼ ଆଙ୍କର ଯଥା ଓଲ୍ଫ ବ୍ଲିଟ୍‌ଜର, ଜ୍ୟାକ ଥାପ୍ପର ଏବଂ ଅଡି କର୍ଣ୍ଣିସଙ୍କୁ ଭୂମିକାରେ ପରିବର୍ତ୍ତନ କରାଯିବ। ଏଥିପାଇଁ ସଂସ୍ଥା ୨୦୦ ଜଣଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛନ୍ତି।  

ନ୍ୟୁୟର୍କ ଟାଇମ୍ସ ଏବଂ ବିବିସିର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସିଇଓ ମାର୍କ ଥମ୍ପସନ ସିଏନଏନ ସିଇଓ ହେବାର ୧୮ ମାସ ପରେ ଏହା ତାଙ୍କର ସବୁଠାରୁ କଡ଼ା ପଦକ୍ଷେପ ବୋଲି କୁହାଯାଉଛି। ସିଏନଏନ ଶୋଚନୀୟ ପରିସ୍ଥିତି ଦେଇ ଗତି କରିବାରୁ କମ୍ପାନୀର ମୂଳ ସଂସ୍ଥାପକ କମ୍ପାନୀ ୱାର୍ଣ୍ଣ ବ୍ରଦର୍ଶ ଜଡିସକଭରୀ ଥମ୍ପସନଙ୍କୁ ଏଠାକୁ ଆଣିଥିଲେ। ଏହାପରେ ସେ ସିଏନଏନରେ ଏଭଳି ନିଷ୍ପତ୍ତି ନେଇଛନ୍ତି। 

ତେବେ ଏହି ଛଟେଇ କେବଳ ସିଏଏନ ଟିଭି ବ୍ୟବସାୟ ପାଇଁ ହୋଇଛି। କାରଣ ସିଏନଏନ ଟିଭିର ଟିଆରପି କମିଯାଇଛି। ଗ୍ରାହକମାନେ କେବଲ କାଟି ଅନ୍ୟ ଟିଭି ଚ୍ୟାନେଲ୍ ଦେଖୁଛନ୍ତି। ତେବେ ଡିଜିଟାଲ କ୍ଷେତ୍ରରେ ପୁଣି ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀ କହିଚି। କାରଣ ଏ କ୍ଷେତ୍ରରେ ୱାର୍ନର ବ୍ରଦର୍ସ ଡିସ୍କଭରୀ ୭୦ ମିଲିଅନ ଡଲାର ନିବେଶ କରିବାକୁ ନିଷ୍ପତ୍ତି ନିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.