ବରଗଡ଼ ୦୯।୦୧: ବରଗଡ ଧନୁଯାତ୍ରାର ଆଜି ସପ୍ତମ ଦିନ। ବୁଧବାର ଷଷ୍ଠ ଦିନରେ ଗୋପପୁରରେ କୃଷ୍ଣଙ୍କ ବାଲ୍ୟ ଲୀଳା, ଗୋପାଙ୍ଗନା ମାନଙ୍କ ବସ୍ତ୍ର ହରଣ ତଥା ମା ଯଶୋଦାଙ୍କ ହାତରେ ଦହି ଖାଉଥିବା ଦୃଶ୍ୟ ଦର୍ଶକ ମଧ୍ୟରେ ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଅନ୍ୟପଟେ ଗୋପପୁରରେ ମହାରାଜ କଂସଙ୍କ ପ୍ରେରିତ ସମସ୍ତ ରାକ୍ଷସଙ୍କ ନିଧନ ପରେ ମହାରାଜ କଂସ ମର୍ମାହତ ହୋଇ ପଡିଛନ୍ତି। ମଥୁରା ନଗରୀରେ ପ୍ରବଳ ପ୍ରତାପି ମହାରାଜ କଂସଙ୍କ ମଥୁରା ନଗର ଭ୍ରମଣ ସହ ଦିଗବିଜୟ ଯାତ୍ରା ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଛି ।
ଭାରତ-ପାକ୍ ଉତ୍ତେଜନା ଭିତରେ ଆଶଙ୍କାରେ IPL ୨୦୨୫? LS...
