ବରଗଡ଼ ୧୨।୦୧ : ବରଗଡ ଧନୁଯାତ୍ରାର ନବମ ଦିନ। କୃଷ୍ଣ ବଳରାମ ମାମୁ କଂସଙ୍କ ନିମନ୍ତ୍ରଣ ରକ୍ଷା କରି ଧନୁ ଯାତ୍ରା ଦେଖିବାକୁ ଗୋପପୁର ଛାଡି ମଥୁରା ଯାଇଛନ୍ତି । ଏହି ଦୃଶ୍ୟ ବେଶ ହୃଦୟ ସ୍ପର୍ଶୀ ହୋଇଥିଲା । ଗୋପାଙ୍ଗନା ଓ ଗୋପବାଳକଙ୍କ ସହ ରାଧା, କୃଷ୍ଣ ବଳରାମଙ୍କବାଟ ଓଗାଳି ଥିଲେ ।
ସେପଟେ ମଥୁରାର ଆମ୍ରବନରେ ଧ୍ୟାନରତ ମୁନିଋଷିଙ୍କ ଉପରେ ଅତ୍ୟାଚାର କରିଛନ୍ତି ମହାରାଜା କଂସ । ସେହିପରି ଭୀଷ୍ମଙ୍କ ସହିତ କଂସର ଯୁଦ୍ଧ ହୋଇଥିବା ବେଳେ ନାରଦଙ୍କ ଦ୍ୱାରା ବନ୍ଧୁତା ସ୍ଥାପନ ହୋଇଛି ଦୁଇ ଯୋଦ୍ଧାଙ୍କ ମଧ୍ୟରେ । ମହାରାଜା କଂସ ଶିବଙ୍କୁ ତପସ୍ୟା କରି ରୁଦ୍ରଶୂଳ ପ୍ରାପ୍ତି କରିଛନ୍ତି। ଧନୁଯାତ୍ରାର ଅପୂର୍ବ ଦୃଶ୍ୟ ଦେଖିବାପାଇଁ ମହାରାଜା କଂସଙ୍କ ରାଜଦରବାର ସମେତ ବରଗଡ ସହରରେ ପ୍ରବଳ ଜନସମାଗମ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଉପଭୋଗ କରିଥିଲେ ଧନୁଯାତ୍ରା।