କଟକ ୨୭।୦୧ : କଟକରେ ବିସିସିଆଇ ଚିଫ୍ କ୍ୟୁରେଟର । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଚିଫ୍ କ୍ୟୁରେଟର ଆଶିଷ ଭୌମିକ କଟକରେ ପହଞ୍ଚିଛନ୍ତି । ଷ୍ଟାଡିୟମକୁ ଯାଇ ପିଚ୍ ଓ ଆଉଟ୍ଫିଲ୍ଡର ସ୍ଥିତି ନୀରିକ୍ଷଣ କରିଛନ୍ତି ବିସିସିଆଇ ଚିଫ୍ କ୍ୟୁରେଟର । ତାଙ୍କ ସହିତ ଆଉ କିଛି ଅଧିକାରୀ ଥିବା ମଧ୍ୟ ଜଣାପଡିଛି ।
ଫେବୃଆରୀ ୯ ତାରିଖରେ ଭାରତ - ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ । ଏଥିପାଇଁ ଓସିଏ ପ୍ରସ୍ତୁତି ଜୋରଦାର କରୁଛି । ଷ୍ଟାଡିୟମ୍ରେ ଲଗାତର ଭାବେ ଉନ୍ନତିକରଣ କାମ ଚାଲିଛି । ଯାହାକୁ ତଦାରଖ କରୁଛି ଓସିଏର ବରିଷ୍ଠ ଅଧିକାରୀ । ତେବେ ଏସବୁ ଭିତରେ ପିଚ୍ ଓ ଆଉଟ୍ଫିଲ୍ଡର କାମ ସରିଥିବାର ସୂଚନା ମିଳିଥିଲା । ଯାହାର ସ୍ଥିତି ଏବଂ ନୀରିକ୍ଷଣ ପାଇଁ ଆସିଛନ୍ତି ବିସିସିଆଇର ଚିଫ୍ କ୍ୟୁରେଟର ଆଶିଷ ଭୌମିକ । ଓସିଏର ପିଚ୍ କ୍ୟୁରେଟର ସହିତ ପିଚ୍ ଏବଂ ଆଉଟ୍ଫିଲ୍ଡର ସ୍ଥିତି ପରିଖିଛନ୍ତି । ଏହାସହିତ କିଛି କିଛି ସ୍ଥାନରେ ଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ମଧ୍ୟ କହିଛନ୍ତି ।
ଅନ୍ୟପଟେ ଫେବୃଆରୀ ୯ ତାରିଖରେ ହେବାକୁ ଥିବା ମ୍ୟାଚ୍କୁ ନେଇ ପ୍ରଶାସନ ପୁରା ସଜାଗ ରହିଛି । ଟ୍ୱିନ୍ ସିଟିର ପୋଲିସ କମିଶନର, କଟକ ଡିସିପି ଲଗାତର ଭାବେ ବିଭିନ୍ନ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଏହାବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ନିକଟରେ ବସିଥିବା ସମୀକ୍ଷା ବୈଠକରେ ସୂଚନା ଦେଇଥିଲେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।
ଟ୍ରମ୍ପଙ୍କ ଟାର୍ଗେଟରେ କଲମ୍ବିଆ; ପ୍ରବାସୀ ଫ୍ଲାଇଟ୍ ଫେରାଇବା ପରେ ଲାଗିଲା ଏର୍ମଜେନ୍ସି ଟାରିଫ୍