ଜଳେଶ୍ବର ୮।୭: ଗୋପାଳପୁର ବେଳାଭୂମି ପରେ ଏବେ ଅସୁରକ୍ଷିତ ପାଲଟିଗଲାଣି ଡଗରା ସମୁଦ୍ର ବେଳାଭୂମି । ସୁରକ୍ଷିତ ମଣୁନାହାନ୍ତି ପର୍ଯ୍ୟଟକ । ବୁଲିବାକୁ ଆସିଥିବା ବଙ୍ଗୀୟ ଦମ୍ପତିଙ୍କୁ ଅସଦାଚରଣ ଓ ମାଡ଼ ଅଭିଯୋଗ ହୋଇଛି । ଆକ୍ରମଣ ବେଳର ଭିଡିଓ ମଧ୍ୟ ଭାଇରାଲ୍ । ଥାନାରେ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ନେଇ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ପଶ୍ଚିମବଙ୍ଗ ଅଞ୍ଚଳର ଦୁଇ ବଙ୍ଗୀୟ ଦମ୍ପତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ସମୁଦ୍ର ବେଳାଭୂମିକୁ ବୁଲିବାକୁ ଆସିଥିଲେ । ଏହି ସମୟରେ କିଛି ସ୍ଥାନୀୟ ଯୁବକ ବେଳାଭୂମିରେ ବସି ମଦ୍ୟପାନ କରୁଥିଲେ । ସେମାନ ଦୁଇ ବଙ୍ଗୀୟ ଦମ୍ପତିଙ୍କୁ ଖରାପ ଇଙ୍ଗିତ କରିଥିଲେ । ଏଥିରେ ବଙ୍ଗୀୟ ପର୍ଯ୍ୟଟକ ପ୍ରତିବାଦ କରିବାରୁ ସେମାନଙ୍କୁ ମାଡ଼ ମାରିବା ସହିତ ମହିଳାମାନଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ସ୍ଥାନୀୟ କିଛି ପର୍ଯ୍ୟଟକ ଏଥିରେ ହସ୍ତକ୍ଷେପ କରିବା ପରେ ବଙ୍ଗୀୟ ପର୍ଯ୍ୟଟକ ମାନେ ସେଠାରୁ ଉଦ୍ଧାର ହୋଇଥିଲେ । ଯାହାର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଭାଇରାଲ୍ ହେବାରେ ଲାଗିଛି ।
ତେବେ ଏନେଇ ବଙ୍ଗୀୟ ପର୍ଯ୍ୟଟକ ମାନେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ହୋଇଛି । କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ପୁଣି ଡଗରା ବେଳାଭୂମିରେ ଏଭଳି ଘଟଣା ସାଧାରଣରେ ଚର୍ଚ୍ଚାର କାରଣ ପାଲଟିଛି ।
You Can Read:
ମୁଣ୍ଡଳୀରେ ପହଞ୍ଚିଲା ବର୍ଷର ପ୍ରଥମ ବନ୍ୟା ଜଳ , ବଢ଼ିଲା ମହନଦୀର ଜଳସ୍ତର