ଜେଲ୍ ଗଲେ ଭୁବନେଶ୍ବର କର୍ପୋରେଟର ଅମରେଶ ଜେନା, କହୁ କହୁ ବାୟାଁ କହିଦେଲେ ଏମିତି କଥା

Published By : Prameya-News7 Bureau | July 27, 2025 IST

ଭୁବନେଶ୍ବର ୨୭।୭: ଦୁଷ୍କର୍ମ ମାମଲାରେ ଫସିଥିବା ଭୁବନେଶ୍ବର ୪୫ ନମ୍ବର ୱାର୍ଡର କର୍ପୋରେଟର ଅମରେଶ ଜେନା ଓରଫ ବାୟାଁ ଗିରଫ ହୋଇଛନ୍ତି । ତାଙ୍କୁ ବାଲେଶ୍ବର ନୀଳଗିରିରୁ ଗିରଫ କରାଯାଇଛି । ବାୟାଁ ଜେନାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଭୁବନେଶ୍ବର ଆଣିଛି ପୋଲିସ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସରିଛି । ମେଡିକାଲ ଟେଷ୍ଟ ସରିବା ପରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିଲା । କୋର୍ଟରେ ହାଜର ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ସେଠାରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଠିକ୍ ଟାଇମ୍ ରେ ଠିକ୍ ଜିନିଷ ପାଇବେ ଆପଣ । ମୋତେ ଫସେଇଛନ୍ତି । ହଣ୍ଡରେଡ୍ ପର୍ସେଣ୍ଟ ଫସେଇଛନ୍ତି ଏମାନେ । ଅର୍ଚ୍ଚନା ନାଗ ଜାଣିଛି । ଅର୍ଚ୍ଚନା ନାଗ ଫସେଇଛି । 



ସୂଚନାଯୋଗ୍ୟ ଯେ, ବାୟାଁଙ୍କ ବିରୋଧରେ ଜଣେ ଯୁବତୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ୨୦୨୩ରେ ସେ ନାବାଳିକା ଥିବାବେଳେ ଅମରେଶ ତାଙ୍କ ସହିତ ସଂପର୍କ ରଖିଥିଲେ । ତାଙ୍କୁ ଦୁଷ୍କର୍ମ କରିଥିଲେ ଏଥିରେ ସେ ଗର୍ଭବତୀ ହୋଇଥିଲେ । ଏହାପରେ ତାଙ୍କୁ ଧମକ ଚମକ ଦେଇଥିଲେ ବୋଲି  ସେ ଏଫଆଇଆରରେ ଦର୍ଶାଇଥିଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ରୁଜୁ କରିଥିଲା । ବିଏନ୍‌ଏସ୍‌ଏସ୍‌ ଦଫା-୧୮୩ରେ ଯୁବତୀଙ୍କ ବୟାନ ରେକର୍ଡ ମଧ୍ୟ ହୋଇଥଲା । ପୋଲିସ ବାୟାଁଙ୍କୁ ଖୋଜୁଥିବା ବେଳେ ତାଙ୍କୁ ପାଇନଥିଲା । ତାଙ୍କୁ ଫେରାର ହେବାରେ ସାହାଯ୍ୟ କରିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଧରିଥିଲା । ଏହା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବାୟାଁଙ୍କୁ ଗିରଫ କରିଛି । 

ଅମରେଶ ଗିରଫ ହେବା ସହିତ ରାଜନୀତି ତେଜିବାରେ ଲାଗିଛି ।  ବିଜେଡି ତୁରନ୍ତ ଆକ୍ସନକୁ ଆସିଛି । ତାଙ୍କୁ ଦଳରୁ ନିଲମ୍ବନ କରିଛି । ଦଳ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଅମରେଶଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି । ଭୁବନେଶ୍ବର  ବିଜେଡି ସଭାପତି ଅଶୋକ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ବିଜେଡି ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ସେପଟେ ବିଜେପି ବେଳ ଦେଖି ପ୍ରତ୍ୟାକ୍ଷେପ କରିଛି । କେହି ବି ମହିଳାଙ୍କ ବିରୋଧୀ ହିଂସାରେ ସାମିଲ ହୁଅନ୍ତୁ ମୋହନ ସରକାର ନିଶ୍ଚୟ ଆକ୍ସନ ନେବେ । ଦୁଇ ବିରୋଧୀଙ୍କୁ ଆକ୍ଷେପ କରିଛି ବିଜେପି । 

You Can Read:

ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ପୂର୍ବରୁ ତତ୍ପର ସୁରକ୍ଷାବାହିନୀ, ଧ୍ୱଂସ କଲେ ନକ୍ସଲଙ୍କ ସହିଦ ସ୍ତମ୍ଭ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.