ଭୁବନେଶ୍ବର ୨୭।୧୨: ବାତିଲ୍ ହେଲା ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପଥ ଉତ୍ସବ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ୭ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତେଣୁ ଆୟୋଜିତ ହେବାକୁ ଥିବା ପଥ ଉତ୍ସବକୁ ବାତିଲ୍ କରିଦିଆଯାଇଛି । ଏ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ସୂଚନା ପ୍ରଦାନ କରିଛି ।
ତେବେ ଆସନ୍ତା ୨୯ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିଲା ପଥ ଉତ୍ସବ । ତେବେ ଏହାକୁ ବାତିଲ୍ କରିଦିଆଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ବିଏମ୍ସି କର୍ପୋରେସନ ବୈଠକରେ ଶୋକସଭା ପାଳନ କରାଯିବା ସହ ନୀରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।
You Can Read:
‘ଏକ୍ସ’ରେ ନାହିଁ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ, ଇନଷ୍ଟାଗ୍ରାମରେ କଲେ ସ୍ପଷ୍ଟ