୧୦ ଦିନ ଭିତରେ ରିପୋର୍ଟ ଦେଲେ ଚାଷୀ ତାଙ୍କ କ୍ଷତିପୂରଣ ପାଇବେ : ସମବାୟ ମନ୍ତ୍ରୀ

Published By : Prameya-News7 Bureau | December 27, 2024 IST

ଭୁବନେଶ୍ବର ୨୭।୧୨: ଚାଷୀଙ୍କୁ କ୍ଷତିପୂରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି, ଅଦିନିଆ ବର୍ଷାରେ ଯେଉଁ ଚାଷୀଙ୍କର ବିପୁଳ କ୍ଷତି ହୋଇଛି ସେଥିପାଇଁ ସେମାନଙ୍କୁ ଭୀମା ଭୁକ୍ତ କରାଯାଇଥିଲା । ଆଜି ମଧ୍ୟ ଚାରୋଟି ଇନସ୍ୟୁରାନ୍ସ କମ୍ପାନୀ ଏବଂ ଆମ ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତି ଥିଲେ । ଆଗାମୀ ୧୦ ଦିନ ଭିତରେ ପ୍ରତ୍ୟେକ ଚାଷୀଙ୍କ ବିଲକୁ ଯାଇ ତଦନ୍ତ କରିବେ । ସବୁ ଜିଲ୍ଲାପାଳଙ୍କୁ ଜଣାଯାଇଛି ସେମାନେ ତର୍ଜମା କରିବେ କୌଣସି ଚାଷୀ ଯେପରି ବଞ୍ଚିତ ନ ହେବେ ସେଥିପାଇଁ ତାଗିଦ୍ କରାଯାଇଛି । ୭୭ ହଜାର ଚାଷୀ ଗୁରୁବାର ଭିତରେ ପଞ୍ଜିକରଣ କରିଛନ୍ତି । ଆଜି ମଧ୍ଯ କରିବେ । ଆଗାମୀ ୩ ଦିନ ମଧ୍ୟରେ ସରିଯିବ ବୋଲି ଭାବୁଛୁ । ୧୦ ଦିନ ଭିତରେ ରେପୋର୍ଟ ଦେଲେ ଚାଷୀ ତାର କ୍ଷତିପୂରଣ ପାଇବେ । 

କଟନୀ ଛଟନୀ କେଉଁଠି ଭୁଲ ଭାଲ ହେଉନି । ମାନସିକତା ଖାଲି ଆମର କାଟି ଦେଉଛନ୍ତି । ମିଡିଲ୍ ମ୍ୟାନ ମାନେ ଚାଷୀ ମାନଙ୍କୁ କାହିଁକି ଭୁଲ ବାଟରେ ପରିଚାଳିତ କରୁଛନ୍ତି । ସବୁଠୁ ବେଶୀ ଚାଷୀ କଳାହାଣ୍ଡି ପଟରେ । ସେଠି ବେଶୀ ଧାନ କିଣା ସରିଲାଣି । ଯେଉଁମାନେ ଆସାଧୁ ବ୍ୟବସାୟ କରୁଥାନ୍ତି ଆମ ନଜରକୁ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ପରେ କୋର୍ଟ ଚାଲାଣ ହେଲେ ARI ସୁରେନ୍ଦ୍ର କୁମାର ତନ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.