ଭଦ୍ରକ ୨୮।୧୨: ବନ୍ଦ ହେବ କି ବେଦାନ୍ତ ଫେକର । ନାନା ବିବାଦ ଭିତରେ ଥିବା ରାଜ୍ୟର ଦ୍ୱିତୀୟ ତଥା ଭଦ୍ରକର ଏକମାତ୍ର ଶିଳ୍ପାନୁଷ୍ଠାନ Ferro Alloys Corporation Limited ଯାହା ଏବେ ବେଦାନ୍ତ ଫେକର ନାମରେ ପରିଚିତ । ବେଦାନ୍ତ ଫେକର ଆଜି ଅକାମୀ ହୋଇ ପଡିଛି । ଯାହା ଫଳରେ ଶହ ଶହ କର୍ମଚାରୀ ଜୀବିକା ହରାଇ ମାନସିକ ଭାବେ ଭାଙ୍ଗିପଡିଛନ୍ତି । ଶେଷରେ ଉପାୟ ନପାଇ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ବଖାଣିବାକୁ ଆସିଛନ୍ତି ।
କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଭଦ୍ରକର ରାନ୍ଦିଆରେ ଅବସ୍ଥିତ ବେଦାନ୍ତ ଫେକର ଏବେ ଅଚଳାବସ୍ଥା ହେବାକୁ ବସିଲାଣି । କାରଣ ଘରୋଇ ବେଦାନ୍ତ କମ୍ପାନୀ ଫେକରକୁ ହାତକୁ ନେବା ପରେ ଅଧିକ ଦୁଇଟି ଫର୍ଣ୍ଣେସ ନୂତନ ଭାବେ କାର୍ଯ୍ୟକ୍ଷମ କରିଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ୬ ମାସ ହେବ କଞ୍ଚାମାଲ ଆସୁଥିବା ଖଣିରୁ କଞ୍ଚାମାଲ ଆସିପାରିଲା ନାହିଁ । ଯାହା ପାଇଁ କମ୍ପାନୀରେ ଆଜି ଅଚଳାବସ୍ଥା ସ୍ଥିତି ସୃଷ୍ଟି ହେବା ସହ ଶତାଧିକ କର୍ମଚାରୀଙ୍କ ପରିବାର ଆଜି ଅସହାୟ ଅବସ୍ଥାରେ ଅଛନ୍ତି ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିବା କର୍ମଚାରୀ କହିଛନ୍ତି ।
ଅନ୍ୟପଟେ କର୍ମଚାରୀ ମାନେ କହିଛନ୍ତି, ଫର୍ଣ୍ଣେସ ବନ୍ଦ ଥିବାରୁ ପାଖାପାଖି ୪୦୦ ପରିବାର ରୋଜଗାର ଶୂନ୍ୟ ହୋଇଥିବା ବେଳେ ସେମାନଙ୍କୁ କାମ ମିଳୁନାହିଁ । ତେଣୁ ଯଦି ବେଦାନ୍ତକୁ ଖଣି ନିଲାମ କରିବେ ତେବେ ଯାଇ କଞ୍ଚାମାଲ ବାହାରିଲେ ଫର୍ଣ୍ଣେସ ଚାଲିବ । ପୁଣି ଥରେ କର୍ମଚାରୀ ମାନେ କାମ ପାଇବେ ନହେଲେ ଯଦି କଞ୍ଚାମାଲ ନମିଳିବ ସରକାର ଆମ କଥା କର୍ଣ୍ଣପାତ ନକରିବେ ତେବେ ଚାଲିଥିବା ଆଉ ଦୁଇଟି ଫର୍ଣ୍ଣେସ ବନ୍ଦ ହେବ । ସମ୍ପୂର୍ଣ୍ଣ ଭାବରେ ଅଚଳ ହେବ ବେଦାନ୍ତ ଫେକର ଯାହା ପାଇଁ ହଜାର ହଜାର କର୍ମଚାରୀ ନିଜ ଜୀବିକା ହରାଇବେ ବୋଲି କର୍ମଚାରୀ କହିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ବିଧାୟକ, ବିଭାଗୀୟ ମନ୍ତ୍ରୀ, ସାଂସଦଙ୍କୁ ମଧ୍ୟ ଏକ ନକଲ ପ୍ରଦାନ କରିଛନ୍ତି ।
You Can Read:
ଠିକ୍ ଭାବେ ଟ୍ରାକ୍ ହୋଇପାରୁନି ‘ଜିନ୍ନତ’, ଖାଦ୍ୟ ଦେବା ସମୟରେ କରାଯିବ ଟ୍ରାଙ୍କୁଲାଇଜ : ଜଙ୍ଗଲ ଓ ପରିବେଶ ମନ୍ତ୍ରୀ