ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ’ କମିଶନ, ସୁଶାସନ ପ୍ରତିଷ୍ଠା ପାଇଁ ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା : ଆଇନ ମନ୍ତ୍ରୀ

Published By : Prameya-News7 Bureau | December 28, 2024 IST

ଭୁବନେଶ୍ବର ୨୮।୧୨: ରାଜ୍ୟରେ ଅଦରକାରୀ ଆଇନ ଖୋଜିବେ ଲ’ କମିଶନ । ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଲ’ କମିଶନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରାଜ୍ୟକୁ ଏହାର ଆବଶ୍ୟକତା ଥିଲା । ୨୦୧୮ ମସିହା ପରଠୁ ରାଜ୍ୟ ସରକାର ଉଚିତ ମଣି ନଥିଲେ । ଏବେ ଏହି କମିଶନ ରାଜ୍ୟର ବିଭିନ୍ନ ନୀତି ନିୟମର ତର୍ଜମା କରିବ । ଦରକାରୀ ନିୟମର ପରିବର୍ତ୍ତନ କରିବ । ଆବଶ୍ୟକୀୟ ସଂଶୋଧନ କରିବା ସହ ଅନାବଶ୍ୟକ ଆଇନକୁ ଖୋଜି ବାହାର କରିବ କମିଶନ । ରାଜ୍ୟ ସରାକାରଙ୍କୁ ସୁପାରିଶ କରିବ କମିଶନ । ଏହା ଉପରେ ପରବର୍ତ୍ତୀ ସମୟରେ ଉପଯୁକ୍ତ   ନିଷ୍ପତ୍ତି ରାଜ୍ୟ ସରକାର ନେବେ । ସୁଶାସନ ପ୍ରତିଷ୍ଠା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ଢାଞ୍ଚାରେ ରାଜ୍ୟରେ ଏହାର ଆବଶ୍ୟକତା ଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କମିଶନ ଗଠିତ ହୋଇଛି । ଆଉ ଜଣେ ସଦସ୍ୟ ଆଇନ ଶିକ୍ଷା କ୍ଷେତ୍ରରେ ଜଣେ ପ୍ରଫେସରଙ୍କୁ ଯୋଡ଼ାଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read:

ପ୍ରାଇସ୍ ଫିକ୍ସେସନ କମିଟି ରିପୋର୍ଟ ଆସିଛି, ସରକାର ନିଷ୍ପତ୍ତି ନେବେ : ଅବକାରୀ ମନ୍ତ୍ରୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.