ଚୌଦ୍ବାର: ଚୌଦ୍ଵାର ପୌରାଞ୍ଚଳରେ ଦୀର୍ଘବର୍ଷ ଧରି କାମ କରୁଥିବା ସଫେଇ କର୍ମଚାରୀମାନେ ୯ ଦଫା ଦାବିପତ୍ର ପୌର ନିର୍ବାହୀ ଅଧିକାରୀଙ୍କୁ ଦେଇଛନ୍ତି। ସର୍ବନିମ୍ନ ମଜୁରୀ, ସଫେଇ କାର୍ଯ୍ୟରେ ଆବଶ୍ୟକ ଯନ୍ତ୍ରପାତି, ପୋଷାକ, ସାବୁନ ଆଦି ଠିକ୍ ଭାବରେ ଯୋଗାଇ ଦିଆଯାଉନଥିବା ଅଭିଯୋଗ ଆଣିଛନ୍ତି।
ଏହା ସହ ଇପିଏଫ୍, ଇଏସ୍ଆଇ ସହ ଓଭର ଡ୍ୟୁଟି କରିଥିଲେ ମଧ୍ୟ ପ୍ରାପ୍ୟ ମିଳୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି କର୍ମଚାରୀ। ତେଣୁ ଏସବୁ ସମସସ୍ୟାର ତୁରନ୍ତ ସାମଧାନ ଦାବିରେ ଚୌଦ୍ଵାର ପୌରପାଳିକା ଠିକା କର୍ମଚାରୀ ସଂଘ ପକ୍ଷରୁ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଯଦି ଦାବି ପୂରଣ ନହୁଏ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରାଯାଇ ଆନ୍ଦୋଳନ ତୀବ୍ର ହେବ ବୋଲି କର୍ମଚାରୀମାନେ କହିଛନ୍ତି । ଏନେଇ ପୌରନିର୍ବାହୀ ଅଧିକାରୀ କହିଛନ୍ତି କର୍ମଚାରୀଙ୍କ ଦାବି ବିଷୟରେ ଅବଗତ ହୋଇଛୁ। ସସସ୍ୟାକୁ ଠିକାଦାର ଓ କାଉନସିଲରେ ଆଲୋଚନା କରାଯାଇ ସାମଧନ କରାଯିବ।