ଖୋର୍ଦ୍ଧା ୨୫।୭: ଖୋର୍ଦ୍ଧା ଜିଲ୍ଲାରେ ବାର୍ଡ ଫ୍ଲୁ ଚିହ୍ନଟ । ଜଙ୍କିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି । ବିଭାଗ ତରଫରୁ ଟିମ୍ ଗଠନ କରାଯାଇ ପକ୍ଷୀ ମରା ଅଭିଯାନ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ କୁକୁଡା ମଡକ ଦେଖିବାକୁ ମିଳିଥିଲା । ମଲା କୁକୁଡାର ମଳ, ମୂତ୍ର ନମୁନା ସଂଗ୍ରହ କରିଥିଲା ପ୍ରାଣୀ ସମ୍ପଦ ବିଭାଗ । ଜଙ୍କିଆ ମୁଣ୍ଡାଆମ୍ବ ଗ୍ରାମରୁ ପରୀକ୍ଷା ପାଇଁ ଯାଇଥିବା ଶ୍ୱାସନଳୀ, ମଳଦ୍ୱାର ଓ ମୃତ ପକ୍ଷୀର ନମୁନାରେ ବାର୍ଡ ଫ୍ଲୁ ପଜିଟିଭ ଚିହ୍ନଟ ହୋଇଛି । ଯାହା ଫଳରେ ପରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପୃକ୍ତ କୁକୁଡ଼ା ଫାର୍ମର ଗୁରୁବାର ୪୫୦୭ଟି କୁକୁଡ଼ା ୮ଟି RRT ଦ୍ୱାରା ମରାଯାଇ ପୋତି ଦିଆଯାଇଛି । ଏହାବ୍ୟତୀତ ୨ଟି RRT ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଶୁକ୍ରବାର ଜଙ୍କିଆ ମୁଣ୍ଡାଆମ୍ବର ଏକ ଫାର୍ମରେ ୭୦୩ ବତକକୁ ମରାଯାଇଛି । ଲୋକେ ବାର୍ଡ ଫ୍ଲୁକୁ ନେଇ ଭୟଭୀତ ନ ହେବା ପାଇଁ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
You Can Read: