ମହାକାଳପଡ଼ା ୧୧।୧୧: ପୁଣି ଦଳବଦଳ ବୟାନବାଜିକୁ ନେଇ ରାଜନୀତି ସରଗରମ । ମୁନା ଖାଁ, ଜୟ ନାରାୟଣ ମିଶ୍ରଙ୍କ ପରେ ଏବେ ସାମିଲ ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ । ବିଜେଡି ପଦଯାତ୍ରା ବେଳେ ଅତନୁ ସବ୍ୟସାଚୀଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ମହାକାଳପଡା ବ୍ଲକ ବିଜେଡି ପଦଯାତ୍ରା ସଭାରେ ଯୋଗଦେଇ ଅତନୁ କହିଛନ୍ତି, ବିଜେଡି ପୁଣି ସରକାରକୁ ଫେରିବା ନେଇ ଯୋଜନା କରୁଛି । କଂଗ୍ରେସକୁ ସାଥିରେ ନେଇ ବିଜେଡି ସରକାର ଗଢ଼ିବ ଏବଂ ସ୍ଵାଧୀନ ବିଧାୟକ ସମର୍ଥନ କରିବେ ବୋଲି କହିଛନ୍ତି ଅତନୁ । ଗଣିତ ବି କହିଛନ୍ତି ଅତନୁ । ବିଜେଡିର ସଂଖ୍ୟା ୫୧ । କଂଗ୍ରେସର ୧୪, ସ୍ଵାଧୀନ ୩ ଓ ଅବଶିଷ୍ଟ ୧୦ ବିଧାୟକ ଯୋଗାଡ ହୋଇଯିବ । ଅତନୁଙ୍କ ଏଭଳି ମନ୍ତବ୍ୟ ପରେ ଏବେ ପ୍ରଶ୍ନ ଉଠୁଛି ୟେ କଂଗ୍ରେସ ଓ ବିଜେଡି ଭିତରେ କ’ଣ ଏନେଇ କୌଣସି ଚର୍ଚ୍ଚା ଚାଲିଛି କି । ଅଣ କଂଗ୍ରେସ ରାଜନୀତିରୁ ଆରମ୍ଭ ହୋଇଥିବା ବିଜେଡି କ’ଣ କ୍ଷମତାକୁ ଆସିବା ପାଇଁ କଂଗ୍ରେସକୁ ସାଥିରେ ନେବ । କଂଗ୍ରେସ ବିଜେଡି ଏକ ହେଲେ ବି ସଂଖ୍ୟା ହେଉନି । ବାକି ୧୦ ବିଜେପି ବିଧାୟକଙ୍କ ସମର୍ଥନ ଦରକାର । ତାହାଲେ ବିଜେପିରୁ ୧୦ ବିଧାୟକ ନିଜପକ୍ଷକୁ ନେବାରେ କ’ଣ ସକ୍ଷମ ହେବ ବିଜେଡି । ଏସବୁ ପ୍ରଶ୍ନକୁ ନେଇ ଜୋର ଧରିଛି ରାଜନୀତି ।
You Can Read: