ଭୁବନେଶ୍ବର ୨୧।୮: ଯେଉଁମାନେ ବିରୋଧୀରେ ଥିଲେ ସେମାନେ ସରକାରରେ । କ୍ଷମତାକୁ ଆସିଲା ପରେ ମାନିଲେ FCIରେ ସମସ୍ୟା ଅଛି ବୋଲି କହିଲେ ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି, ୧ କୋଟି ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ୬୪ ଲକ୍ଷ ଧାନର ଚାଉଳ ବାହାରିଲେ ୨୮ ଲକ୍ଷ ମେଟ୍ରିକ ଟନ ଆବଶ୍ୟକ ପଡେ । ସରପ୍ଲସ ୭୪ ଲକ୍ଷ । ୧୫ ଲକ୍ଷ ମେଟ୍ରିକ ଟନ୍ FCI ଓଡ଼ିଶାରୁ ଉଠାଇଛି । ମନ୍ତ୍ରୀ ସ୍ୱୀକାର କରୁଛନ୍ତି FCIରେ ସମସ୍ୟା ଅଛି । ଗୋଦାମ ଯେତିକି ଅଛି ସବୁ ଫୁଲ୍ । ଅତୀତ ରେ ଯେତିକି ହେଉଥିଲା ଅଧିକାଂଶ ମିଲରଙ୍କ ପାଖରେ ଚାଉଳ ରହୁଥିଲା । MSP ବଢ଼ାଇଲେ ଅନ୍ୟ ଫସଲ ପାଇଁ ପଇସା କେଉଁଠୁ ଆସିବ । ସରକାର ନିଜ ଗୋଡ଼କୁ ବାନ୍ଧିଲେ ।
ମୁଁ ମନ୍ତ୍ରୀ ଥିବା ବେଳେ ଏ ପ୍ରସ୍ତାବ ଦେଇଛୁ । ବିଗତ ସରକାର ସମୟର ରିପୋର୍ଟ ଆଧାରରେ ପ୍ରସ୍ତାବ ଦେଇଛନ୍ତି । କୋଷ୍ଟାଲ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ । ବିଗତ ୭ରୁ ୮ ବର୍ଷ ଭିତରେ କେନ୍ଦ୍ର ସରକାର ବିଦ୍ୟୁତ ବିଭାଗକୁ କିଛି ଅନୁଦାନ ଦେଇନାହାନ୍ତି ଆମେ ନିଜସ୍ୱ ସମ୍ବଳରେ କରିଛୁ । ଡବଲ ଇଂଜିନ ସରକାର ଅଛି କରିପାରିଲେ ଭଲ କଥା ବୋଲି ପ୍ରତାପ ଦେବ କହିଛନ୍ତି ।
You Can Read:
ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ : ଅନିବାର୍ଯ୍ୟ କାରଣ ପାଇଁ ସ୍ଥଗିତ ଘୋଷଣା