ଭୁବନେଶ୍ୱର ୨୧।୦୮ : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତାରିଖ ଘୋଷଣା। ଆସନ୍ତା ମାନେ ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ଘୋଷଣା ହୋଇଛି ତାରିଖ । ଯାହା ସେପ୍ଟେମ୍ବର ୨୫ ତାରିଖ ଯାଏଁ ଚାଲିବ। ଚଳିତ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା କରୁଥିବା ବେଳେ ସରକାର ବି ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇ ରହିଛି।
ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ଯାହା ସେପ୍ଟେମ୍ବର ୨୫ ତାରିଖ ଯାଏଁ ଚାଲିବ। ଚଳିତବର୍ଷ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଯେଉଁଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି । ହେଲେ ବିରୋଧୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ସରକାରଙ୍କୁ ଘେରିବାକୁ ଯୋଜନା କରୁଛନ୍ତି । ଯେପରି କି, ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଗୋପାଳପୁର ଗଣଦୁଷ୍କର୍ମ ମାମଲା, ମହାନଦୀ ଜଳ ବିବାଦ ପ୍ରସଙ୍ଗ, ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ରାଶି, ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ, ପୋଲାଭରମ, ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ଆଦି ଅନେକ ପ୍ରସଙ୍ଗ ରହିଛି । ଯାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ଗୃହରେ ମୁହାଁମୁହିଁ ହୋଇପାରନ୍ତି ।