ଭୁବନେଶ୍ବର ୨୧।୮: ସେପ୍ଟମ୍ବର ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ମୌସୁମୀ ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି । ସେପ୍ଟମ୍ବର ୨୫ ତାରିଖରେ ଶେଷ ହେ ଅଧିବେଶନ । ଏହି ଅଧିବେଶନ ଛୋଟ ହେଲେ ମଧ୍ୟ ବେଶ ସରଗରମ ରହିବ । କାରଣ ବିରୋଧୀଙ୍କ ହାତରେ ଏଥର ପୁଳାପୁଳା ପ୍ରସଙ୍ଗ ରହିଛି । ଆଇନ ଶୃଙ୍ଖଳା ପ୍ରସଙ୍ଗ ସବୁଠାରୁ ବଡ଼ ମୁଦ୍ଦା ହେବ ।
ସେପଟେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ ବିଜେଡି । ନାରୀ ନିର୍ଯାତନା, ଛାତ୍ରୀ ଆତ୍ମାହୁତି, ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ବିଜେଡି ସ୍ବର ଉଠାଇବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି । ମୌସୁମୀ ଅଧିବେଶନରେ ଦେଢ଼ ବର୍ଷ ସରକାରରେ ଯେଉଁ ସବୁ କୃତିତ୍ବ ଅର୍ଜନ କରିଛନ୍ତି ସେ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିବ ଦଳ ।
ସେହିଭଳି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ସରକାର ଭୟରେ ବିଧାନସଭା ଡାକୁ ନଥିଲେ । ନାରୀ ନିର୍ଯାତନା, ଛାତ୍ରୀ ଆତ୍ମହତ୍ୟା ଘଟଣା ଭୟ ପାଇଁ ବିଧାନସଭା ଡାକୁନଥିଲେ । ଏବେ ସ୍ଥିତି ଟିକେ ସ୍ୱାଭାବିକ ହୋଇଛି । ତେଣୁ ବାଧ୍ୟ ବାଧକତାରେ ବିଧାନସଭା ଡାକୁଛନ୍ତି । ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବସିବ । ଏଥିରେ ନାରୀ ନିର୍ଯ୍ୟାତନା, ଭୋଟ୍ ଚୋରି, ଅନାସ୍ଥା ପ୍ରସଙ୍ଗକୁ ଆମେ ଉଠାଇବୁ ବୋଲି ତାରା କହିଛନ୍ତି ।
ସେପଟେ ବିରୋଧୀଙ୍କୁ ଜବାବ ଦେଇଛନ୍ତି ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ । ସେ କହିଛନ୍ତି, ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ ସବୁ ପ୍ରସଙ୍ଗକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ସରକାର ।
You Can Read:
ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା : ବର୍ଷା ଜନିତ ସତର୍କତା ଜାରି ହେଉଛି କିନ୍ତୁ ଭରଣ ହେଉନି ବର୍ଷା