ଦଳର ନେତା ଶୃଙ୍ଖଳିତ ଭାବେ କାମ କଲେ ପୁଣି ଥରେ ଲୋକ କ୍ଷମତାକୁ ଫେରାଇ ଆଣିବେ : ଅଶ୍ବିନୀ ପାତ୍ର

Published By : Prameya-News7 Bureau | April 10, 2025 IST

ଭୁବନେଶ୍ବର ୧୦ରାଜନୈତିକ ହଟଚମଟ ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର । ସେ କହିଛନ୍ତି, ମୁଁ ଦଳକୁ ପ୍ରାଧାନ୍ୟ ଦେଇଆସିଛି, ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ଆସିଛି । ନବୀନ ସବୁବେଳେ ଦଳର ଶୃଙ୍ଖଳାକୁ ଗୁରୁତ୍ବ ଦେଇଆସିଛନ୍ତି । ଯେକୌଣସି ଗୋଟିଏ ରାଜନୈତିକ ଦଳ ଶୃଙ୍ଖଳା ଭିତରେ କାର୍ଯ୍ୟ କରିପାରିଲେ ଲୋକଙ୍କ ଆସ୍ଥାଭାଜନ ହୋଇପାରନ୍ତି । ଦଳର ଯେଉଁମାନେ ନେତା ସମସ୍ତେ ଶୃଙ୍ଖଳିତ ଭାବରେ ଦଳ ପାଇଁ କାମ କଲେ ପୁଣି ଆଉ ଥରେ ଲୋକ କ୍ଷମତାକୁ ଫେରାଇ ଆଣିବେ । ଭି.କେ. ପାଣ୍ଡିଆନ ଉପରେ ନବୀନଙ୍କ ମନ୍ତବ୍ୟକୁ ନେଇ କେହି ଟିପ୍ପଣୀ ଦେବା ଉଚିତ ନୁହେଁ । କେଉଁ ଦୃଷ୍ଟିକୋଣରୁ ନବୀନ ଏଭଳି ମନ୍ତବ୍ୟ ଦେଇଛନ୍ତି ତାକୁ ନିଜ ଭିତରେ ସମୀକ୍ଷା କରିବା । ଶୃଙ୍ଖଳାକୁ ବଜାୟି ରଖି କାର୍ଯ୍ୟ କରିବା ।

ସେପଟେ ପ୍ରଭାତ ତ୍ରିପାଠୀଙ୍କ ସମ୍ପର୍କରେ କହିଛନ୍ତି, ନବୀନ ନିଷ୍ପତ୍ତି କରିବେ ଠିକ୍ ହେଉଛି ନା ଭୁଲ୍ ହେଉଛି । ବିଜେଡି ଫାଳ ନୁହଁ ବିଜେଡି ସଙ୍ଗଠିତ ହୋଇ ରହିଛି ଆଗକୁ ରହିବ । ବାହ୍ୟଶକ୍ତି ପ୍ରଶ୍ନରେ କହିଛନ୍ତି, ସେ ବିଷୟରେ ସମୟ କହିବ କ’ଣ ଠିକ୍ ଅଛି । ପ୍ରଭାତ ତ୍ରିପାଠୀଙ୍କ ବିଷୟରେ ସମୟ କହିବ କ’ଣ ଠିକ୍ କ'ଣ ଭୁଲ୍ । ନବୀନ ପଟ୍ଟନାୟକ ଯାହା ପାଣ୍ଡିଆନଙ୍କ ବିଷୟରେ କହିଛନ୍ତି ତାହା ଆମକୁ ତର୍ଜମା କରିବାକୁ ପଡିବ ସମୟ ଏମିତି ଗଡିଯାଇନି ଦଳ ଭୁଲ୍ ବାଟରେ ଚାଲିଯାଉଛି । ଦଳ ଟ୍ରାକ୍ ବାହାରେ ନାହିଁ । କାହାର ବ୍ୟକ୍ତିଗତ ମତ କ’ଣ ହୋଇପାରେ କିନ୍ତୁ ଦଳ ଟ୍ରାକ୍‌ରେ ଚାଲିଛି । ଓ୍ବାକଫ୍ ବିଲ୍ ନେଇ ଯାହା ଘଟିଛି ସେ ବିଷୟରେ ବି ଅଧିକ ତର୍ଜମାର ଆବଶ୍ୟକତା ରହିଛି । ବିଜେଡିର ଗୋଟିଏ କ୍ଷମତା କେନ୍ଦ୍ର ଥିଲା ଅଛି । କେବେ ଦୁଇଟି କ୍ଷମତା କେନ୍ଦ୍ର ନଥିଲା ।

You Can Read:

ରଦ୍ଦ ହୋଇଥିଲା ସଭ୍ୟପଦ, ପୁଣି ଥରେ ଦାୟିତ୍ବ ନେଲେ ଚମ୍ପେଶ୍ୱର ସରପଞ୍ଚ ଆରତୀ ମଞ୍ଜରୀ ଦେବୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.