ଆଠଗଡ଼ ୧୦।୪: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଚମ୍ପେଶ୍ୱର ପଞ୍ଚାୟତରେ ହାଇଡ୍ରାମା ପରେ ଦାୟିତ୍ବ ଗ୍ରହଣ । ଚମ୍ପେଶ୍ୱର ପଞ୍ଚାୟତର ସରପଞ୍ଚ ଭାବେ ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଆରତୀ ମଞ୍ଜରୀ ଦେବୀ ।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨ ତାରିଖରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ନରସିଂହପୁର ପ୍ରଥମ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସରପଞ୍ଚ ଆରତୀ ମଞ୍ଜରୀ ଦେବୀଙ୍କୁ ଅସିଦ୍ଧ ଘୋଷଣା କରିଥିଲେ । ତାଙ୍କ ସଭ୍ୟପଦ ରଦ୍ଦ କରି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୀଣାପାଣି ପଣ୍ଡାଙ୍କୁ ସରପଞ୍ଚ ଦାୟିତ୍ୱ ଦେଇଥିଲେ । ପୁଣି ମାର୍ଚ୍ଚ ୧୦ ତାରିଖ ଦିନ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଏହାକୁ ସ୍ଥଗିତ ରଖିଥିଲେ । ତହସିଲଦାର ବିଶ୍ୱ ରଞ୍ଜନ ବିଶ୍ୱାସ, ବିଡ଼ିଓ ପ୍ରଳୟାନନ୍ଦ ଶତପଥୀଙ୍କ ଉପସ୍ଥିତିରେ ଗୁରୁବାର ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଆରତୀ ମଞ୍ଜରୀ ଦେବୀ ।
You Can Read:
ଚୋରା ଗୋମାଂସ ଚାଲାଣର ନୂଆ ଠିକଣା 'ଆଠଗଡ଼', କିଛି ଦିନର ନୀରବତା ପରେ ପୁଣି