କଟକ ୨୧/୩: ଝାରସୁଗୁଡା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲା । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅନ୍ତରୀଣ ଆବେଦନ ହାଇକୋର୍ଟରେ ଖାରଜ । ଟଙ୍କଧରଙ୍କ ବିରୋଧରେ ଚାଲିବ ମାମଲା । ଟଙ୍କଧରଙ୍କ ବିରୋଧରେ ଅପରାଧିକ ରେକର୍ଡ ମାଗିଲେ ହାଇକୋର୍ଟ ।
ଟଙ୍କଧରଙ୍କ ନାଁରେ କେତେ ମାମଲା ଅଛି ? ଜଣାଇବାକୁ ପ୍ରତିପକ୍ଷ ଦୀପାଳି ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ଦୀପାଳିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଝାରସୁଗୁଡା ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ଟଙ୍କଧରଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରିଥିଲେ ଦୀପାଳି । ଏହା ପରେ ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଟଙ୍କଧର । ଏପ୍ରିଲ ୨୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଦିନ ଧାର୍ଯ୍ୟ ହୋଇଛି ।