ନବୀନ ପଟ୍ଟନାୟକ ଯଦି ସିଙ୍ଗାପୁର ସହିତ ସମ୍ପର୍କ ବଢାଇନଥାନ୍ତେ ତାହେଲେ ଆଜି ତାଙ୍କୁ ଦେଖାଇବା ପାଇଁ କିଛି ନଥାନ୍ତା : ବିଜେଡ଼ି

Published By : Prameya-News7 Bureau | January 17, 2025 IST

ଭୁବନେଶ୍ବର ୧୭।୧: ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିଛନ୍ତି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଦେଉଛି ତାଙ୍କର ଗସ୍ତ ପାଇଁ । ଆଜି ରାଜ୍ୟ ସରକାର ଖବର କାଗଜରେ ଦେଇଥିବା ବିଜ୍ଞାପନକୁ କଟାକ୍ଷ କରିଛି ବିଜେଡି । ଦିଆଯାଇଥିବା ବିଜ୍ଞାପନରେ ସରକାର ଅଧା ଲେଖିଛନ୍ତି । ତାହା ସଂପୂର୍ଣ୍ଣ ହେବ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ । ସେତେବେଳେ ଯଦି ଭବିଷ୍ୟତକୁ ଦେଖି ସିଙ୍ଗାପୁର ସହିତ ସମ୍ପର୍କ ବଢେଇନଥାନ୍ତେ ତାହେଲେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଦେଖାଇବା ପାଇଁ କିଛି ନଥାନ୍ତା । 

ଆଜିର ସରକାର ଡବଲ ଡେକର ବସ୍‌ ଭଳି ଉଦ୍ଘାଟନ ପରେ ବନ୍ଦ ହୋଇ ପଡ଼ିଛି । ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ୱାଲ୍ଡ ସ୍କିଲ ସେଣ୍ଟରକୁ ନେଇକି ଯିବେ, ହେଲେ ସେଥିରେ କେନ୍ଦ୍ର ସରକାରଙ୍କ ଗୋଟିଏ ଟଙ୍କାର ଅନୁଦାନ ନାହିଁ । ସେଇଠୁ ସିଙ୍ଗାପୁର ପଠେଇ ଟ୍ରେନିଂ ଦିଆଯାଇଛି ଯାହା ଫଳରେ ଆଜି ଓଡ଼ିଶାର ତିନୋଟି ଆଇଟିଆଇ ଭାରତର ପ୍ରମୁଖ ୧୦ ନମ୍ବର ଆଇଟିଆଇ ଭିତରେ ରହିଛି । ୱାର୍ଲ୍ଡ ସ୍କୁଲ ସେଣ୍ଟରରେ ୧୨୦୦ କୋଟି ରାଜ୍ୟସରକାର ନିବେଶ କରିଥିଲେ । ଏଥିରେ ପ୍ରତ୍ୟେକ ବର୍ଷ ୧୫୦୦ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ସବୁବେଳେ ନିନ୍ଦୁଥିବା ବ୍ୟକ୍ତି କାହିଁକି ଆଜି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉନାହାନ୍ତି । 

You Can Read:

ପତ୍ନୀ ହତ୍ୟା ଅଭିଯୋଗରେ ପୂର୍ବତନ ହାବିଲଦାରଙ୍କୁ ମୃତ୍ୟୁ ଯାଏଁ ସଶ୍ରମ କାରାଦଣ୍ଡାଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.