ନୟାଗଡ଼ ୧୭।୧: ପତ୍ନୀ ହତ୍ୟା ଅଭିଯୋଗରେ ଅଷ୍ଟମ ବାଟାଲିୟନର ପୂର୍ବତନ ହାବିଲଦାର ଅନୀଲ ଜେନାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ । ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୨୦୧୬ ଜାନୁଆରୀରେ ଦୁଇ ସହଯୋଗୀଙ୍କ ସହ ମିଶି ସ୍ତ୍ରୀ ସୁଭଦ୍ରା ସ୍ବାଇଁଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଥିଲେ ଅନୀଲ ।
ସୂଚନାଯୋଗ୍ୟ ଯେ, ଗତ ୨୦୧୬ମସିହା ଜାନୁଆରୀ ୬ ତାରିଖରେ ଶରଣକୂଳ ଥାନା ଜାମୁଝୋଲା କଣ୍ଟାବଣିଆ ରାସ୍ତାର ଏକ ବିଲରେ ସୁଭଦ୍ରାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ବାଇକ୍ରେ ଆସୁଥିବା ବେଳେ ତାଙ୍କୁ ଗଛରେ ବାନ୍ଧି ସ୍ତ୍ରୀ ସୁଭଦ୍ରାଙ୍କ ଠାରୁ ଡକାୟତମାନେ ଅଳଙ୍କାର ଲୁଟିବା ସହ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅନୀଲ ଅଭିଯୋଗ କରିଥିଲେ । ତେବେ ପରକୀୟା ପ୍ରୀତି ପାଇଁ ଅନୀଲ ନିଜେ ଭାଣିଜୀଙ୍କୁ ହତ୍ୟା କରିଥିବା ସୁଭଦ୍ରାଙ୍କ ମାମୁ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସର ତଦନ୍ତ ପରେ ଅନୀଲ ଦୁଇ ସହଯୋଗୀଙ୍କ ସହ ମିଶି ସ୍ତ୍ରୀ ସୁଭଦ୍ରାଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ଅନୀଲକୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣଙ୍କର ବିଚାର ଚାଲିଛି । ସରକାରୀ ଆଡଭୋକେଟ୍ ଇନ୍ଦୁଭୂଷଣ ମିଶ୍ର ମାମଲା ପରିଚାଳନା କରୁଥିଲେ ।
You Can Read:
ଇକୋସେନସିଟିଭ ଜୋନ୍ରେ ସମ୍ପୂର୍ଣ୍ଣ ବନ୍ଦ ହେବ ଇଟାଭାଟି, ନିର୍ଦ୍ଦେଶ ଦେଲେ ହାଇକୋର୍ଟ