ମୁମ୍ଵାଇ ୩୧।୦୭; ବଲିଉଡର ସଫଳ ଅଭିନେତ୍ରୀ କ୍ରିତି ସାନନ୍ । ତାଙ୍କର ଲୋକପ୍ରିୟତା ଖୁବ୍ ଶୀର୍ଷରେ ଅଛି । ବିଟାଉନ୍କୁ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । କ୍ରିତିଙ୍କ ପାଇଁ ଜୁଲାଇ ମାସ ବେଶ ଖାସ ଥିଲା । ଗୋଟିଏ ପଟେ ସେ ନିଜର ୩୫ତମ ଜନ୍ମଦିନ ପାଳନ କରିଥିବାବେଳେ, ଅନ୍ୟପଟେ ତାଙ୍କର ବିଉଟି ବ୍ରାଣ୍ଡ ହାଏଫନକୁ ୨ବର୍ଷ ପୁରିଛି ।
କ୍ରିତିଙ୍କ ଏହି ବ୍ରାଣ୍ଡଟି ଭଲ ବ୍ୟବସାୟ କରୁଛି । ହାଏଫନର ସହ-ପ୍ରତିଷ୍ଠାତା ତଥା ସିଇଓ ତରୁଣ ଶର୍ମା କହିଛନ୍ତି ଯେ ବ୍ରାଣ୍ଡଟି ଦୁଇ ବର୍ଷରେ ୪୦୦ କୋଟିର ଲାଭ କରିଛି । ସେ କହିଛନ୍ତି ହାଏଫନର ଦ୍ୱିତୀୟ ବର୍ଷ ଖାସ ଥିଲା । ଆମେ ୪୦୦ କୋଟିର ARR ଅତିକ୍ରମ କରିଛୁ ଏବଂ ଆମର ୬୦% ଗ୍ରାହକ ଆମ ପାଖକୁ ରିଟର୍ଣ୍ଣ କରିଛନ୍ତି। ଏକ ବର୍ଷରେ ୧ ମିଲିୟନରୁ ୪ ମିଲିୟନ ଗ୍ରାହକଙ୍କ ପାଖରେ ପହଞ୍ଚିବା କୌଣସି ସ୍ୱପ୍ନଠୁ କମ ନଥିଲା।
ବ୍ରାଣ୍ଡର ସଫଳତାର ଶ୍ରେୟ ସେ ଗ୍ରାହକଙ୍କ ଆବଶ୍ୟକତା ବୁଝିବା, ସଠିକ୍ ଉତ୍ପାଦ ରଣନୀତି ଏବଂ ମଜବୁତ ଡିଷ୍ଟ୍ରିବ୍ୟୁସନ ନେଟୱାର୍କକୁ ଦେଇଛନ୍ତି। ହାଏଫନର ଆରମ୍ଭ କ୍ରିତି ସାନନ ନିଜର ୩୩ତମ ଜନ୍ମଦିନରେ କରିଥିଲେ। ଏହି ଅବସରରେ କ୍ରିତି କହିଛନ୍ତି, ହାଏଫନକୁ ଜିରୋରୁ ଗଢ଼ିବା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇରହିବ । ଯେତେବେଳେ ଏକ ଆଇଡିଆ ବ୍ରାଣ୍ଡରେ ପରିଣତ ହୁଏ ଏବଂ ଲୋକେ ତା’ ଉପରେ ଭରସା କରିବାକୁ ଆରମ୍ଭ କରନ୍ତି, ତା’ ହେଉଛି ଏକ ବିଶେଷ ଅନୁଭୂତି। ହାଏଫନର ସଫଳତା ସହିତ କ୍ରିତିଙ୍କର ଚଳଚ୍ଚିତ୍ର କ୍ୟାରିୟର ମଧ୍ୟ ଭଲ ଚାଲିଛି। ତାଙ୍କର ପୂର୍ବ ଚଳଚ୍ଚିତ୍ର ‘ଦୋ ପତି’ (କାଜୋଲଙ୍କ ସହ) ଓଟିଟିରେ ପସନ୍ଦ ହୋଇଥିଲା। ଏବେ ସେ ଶୀଘ୍ର ଧନୁଷଙ୍କ ସହ ‘ତେରେ ଇଶ୍କ ମେଁ’ ଚଳଚ୍ଚିତ୍ରରେ ନଜର ଆସିବେ।